କନକବ୍ୟୁରୋ : ଆନ୍ତଃରାଜ୍ୟ ବନ୍ଧୁକ ରାକେଟ ଠାବ କଲା କମିଶନରେଟ ପୁଲିସ୍ । ମୁଖ୍ୟ ଅଭିଯୁକ୍ତ ଦେବଦତ୍ତ ସିଂ ବେହେରା ସମେତ ୬ ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ଠାରୁ ୬ଟି ବନ୍ଧୁକ ଓ ୩୩ ରାଉଣ୍ଡ ଗୁଳି ଜବତ ହୋଇଛି । ବେଆଇନ୍ ଭାବେ ବିକ୍ରି ଉଦ୍ଦେଶ୍ୟରେ ଏହି ବନ୍ଧୁକ ଗୁଳି ଆଣିଥିଲେ । ଜବତ ବନ୍ଧୁକ ରାଜ୍ୟ ବାହାରୁ ଅଣାଯାଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଆନ୍ତରାଜ୍ୟ ଘଟଣା ହୋଇଥିବାରୁ କମିଶନରେଟ୍ ପୁଲିସ୍ ଏହି ଘଟଣାରେ ରାଜ୍ୟ ବାହାରକୁ ଯାଇ ତଦନ୍ତ କରିବ ବୋଲି ପୁଲିସ୍ କମିଶନର ସୂଚନା ଦେଇଛନ୍ତି।
କଟକରେ ଆନ୍ତଃରାଜ୍ୟ ବନ୍ଧୁକ ରାକେଟ୍ ଠାବ : ମୁଖ୍ୟ ଅଭିଯୁକ୍ତଙ୍କ ସହ ୬ ଗିରଫ
ଆନ୍ତଃରାଜ୍ୟ ବନ୍ଧୁକ ରାକେଟ ଠାବ କଲା କମିଶନରେଟ ପୁଲିସ୍ । ମୁଖ୍ୟ ଅଭିଯୁକ୍ତ ଦେବଦତ୍ତ ସିଂ ବେହେରା ସମେତ ୬ ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ଠାରୁ ୬ଟି ବନ୍ଧୁକ ଓ ୩୩ ରାଉଣ୍ଡ ଗୁଳି ଜବତ ହୋଇଛି ।
/kanak/media/media_files/2025/07/26/52-2025-07-26-13-29-42.jpg)