ହଜମ ହେଉନି ହାରିବା ପଛର ସତ: ବିଜେଡ଼ିରେ ବଢୁଛି କି ଅନ୍ତଃକନ୍ଦଳ?

ଭୁବନେଶ୍ୱର ବିଜେଡି ବିବାଦ ଭିତରେ ସାମ୍ନାକୁ ଆସିଛି ନବରଙ୍ଗପୁର ବିବାଦ। ନବରଙ୍ଗପୁରରେ ଦଳର ବିପର୍ଯ୍ୟୟକୁ ନେଇ ଦୁଇ ବରିଷ୍ଠ ନେତାଙ୍କ ଭିନ୍ନ ମତ ଏବେ ଚର୍ଚ୍ଚା ବଢ଼ାଇଛି।

sdws

କନକ ବ୍ୟୁରୋ: ଭୁବନେଶ୍ୱର ବିଜେଡି ବିବାଦ ଭିତରେ ସାମ୍ନାକୁ ଆସିଛି ନବରଙ୍ଗପୁର ବିବାଦ। ନବରଙ୍ଗପୁରରେ ଦଳର ବିପର୍ଯ୍ୟୟକୁ ନେଇ ଦୁଇ ବରିଷ୍ଠ ନେତାଙ୍କ ଭିନ୍ନ ମତ ଏବେ ଚର୍ଚ୍ଚା ବଢ଼ାଇଛି। ପ୍ରଦୀପ ମାଝି ଓ ରମେଶ ମାଝିଙ୍କ ମଧ୍ୟରେ କଥା କଟାକଟି। ପରାଜୟର ପର୍ୟ୍ୟାଲୋଚନାରେ ସାମ୍ନାସାମ୍ନି ହୋଇଛନ୍ତି ଦୁଇ ଟାଣୁଆ ନେତା।

ପରାଜୟ ପରେ ବିଜେଡିର ରୁଦ୍ଧ ଦ୍ବାର ବୈଠକରେ କଣ ସମୀକ୍ଷା ହେଉଛି ତାହା ଜଣା ନାହିଁ। କିନ୍ତୁ ପ୍ରଥମଥର ପାଇଁ ବିଜେଡି ସୁପ୍ରିମୋଙ୍କ ସାମ୍ନାରେ ପରାଜୟର ବଛା ବଛା କାରଣ ରଖିଛନ୍ତି ନବରଙ୍ଗପୁରର ଟାଣୁଆ ନେତା ପ୍ରଦୀପ ମାଝୀ। 

-    ମେଣ୍ଟ ଚର୍ଚ୍ଚା ପାଇଁ ମିଳିଲାନି ସଂଖ୍ୟାଲଘୁ ଭୋଟ
-    ନେତାଙ୍କ ମଧ୍ୟରେ ଅନ୍ତଃକନ୍ଦଳ ଚରମସୀମାରେ ପହଞ୍ଚିଥିଲା
-    ତ୍ରୁଟିପୂର୍ଣ୍ଣ ନିର୍ବାଚନ ପରିଚାଳନା ଦଳକୁ ବିପର୍ୟ୍ୟୟକୁ ଠେଲିଦେଲା

ଶଙ୍ଖ ଭବନରେ ପ୍ରଦୀପ ପରାଜୟର ଗୋଟିଏ ଗୋଟିଏ ପୃଷ୍ଠା ଖୋଲିବା ପୁରୁଣା ବିଜେଡି ନେତାଙ୍କୁ ହଜମ ହୋଇନି। ନବରଙ୍ଗପୁରରେ ବିଜେଡିର ପରାଜୟର କାରଣକୁ ନେଇ ପ୍ରଦୀପଙ୍କ ସହ ସହମତ ହୋଇନାହାନ୍ତି ପୂର୍ବତନ ସାଂସଦ ରମେଶ ମାଝୀ। 

ପରାଜୟକୁ ନେଇ ପ୍ରତି ଜିଲ୍ଲାର ସମୀକ୍ଷା ଭିତରେ ଏବେ ବିଜେଡ଼ିର ବରିଷ୍ଠ ନେତା ମୁହଁ ଖୋଲିଲେଣି। ଅମର ଶତପଥୀଙ୍କ ପରେ ବ୍ରଦି କହିଛନ୍ତି, ନିର୍ବାଚନରେ ନବୀନ ନବୁଲିବା କାରଣରୁ ହାରିଲା ବିଜେଡି। ଅନ୍ୟପଟେ ପରାଜୟର ପୋଷ୍ଟମର୍ଟମ ଚାଲୁଥିବା ବେଳେ ପ୍ରଶାନ୍ତ ମୁଦୁଲି କହିଛନ୍ତି, ହାରିବା ପଛରେ ନିର୍ବାଚନମଣ୍ଡଳୀରେ ଭିନ୍ନ ଭିନ୍ନ କାରଣ ରହିଛି। ତେଣୁ କର୍ମୀଙ୍କ ମନୋବଳ ବଢାଇବାକୁ ନଭେମ୍ବରରୁ ଜିଲ୍ଲାକୁ ଜିଲ୍ଲା ବୁଲିବେ ନବୀନ । 

ଶଙ୍ଖ ଭବନରେ ସମୀକ୍ଷା ସଂକେତ ଦେଉଛି, ବିଜେଡିରେ ଏବେ ଜିଲ୍ଲାୱାରୀ କନ୍ଦଳ ଚରମ ସୀମାରେ ପହଞ୍ଚିଛି। ସୁପ୍ରିମୋଙ୍କ ସାମ୍ନାରେ ନେତା ଅସନ୍ତୋଷ ଝାଡୁଥିବା ବେଳେ ଦଳୀୟ ହ୍ବିପ୍ ସତ୍ତ୍ବେ ଭୁବନେଶ୍ବର ନେତାଙ୍କ କଳି ଥାନାରେ ପହଞ୍ଚିଛି। ଯାହା ବିଜେଡି ମୁଣ୍ଡବିନ୍ଧାର କାରଣ ପାଲଟିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe