ବୋଲ ମାନୁନି ବିଜେଡି ନେତାଙ୍କ ତୁଣ୍ଡ । ଦାଣ୍ଡରେ ପଡି ହାଟରେ ଗଡୁଛି ଦଳୀୟ ନେତାଙ୍କ କଳି ।

ବିଜେଡିର ଏହି କଳି କେବଳ ଶଙ୍ଖ ଭବନରେ ସୀମିତ ନାହିଁ ଏହା ଏବେ ରାସ୍ତାରେ ପହଞ୍ଚିଛି। ପଦଯାତ୍ରାରେ ଦଳୀୟ ଫାଟ ଜଳଜଳ ଦିଶୁଛି। ଭୁବନେଶ୍ୱରରେ କାରଣ ଦର୍ଶାଅ ନୋଟିସ ପାଇଥିବା ୨ କର୍ପୋରେଟରଙ୍କୁ ପଦଯାତ୍ରାରେ ସାମିଲ କରାଯାଇନାହିଁ। ଯାହାକୁ ଷଡଯନ୍ତ୍ର ବୋଲି କହିଛନ୍ତି ଅମରେଶ ।

19୍୍୍୍

କନକ ବ୍ୟୁରୋ: ବିଜେଡିରେ ଏବେ ନେତାଙ୍କ ଭିତରେ ଅସନ୍ତୋଷ ଚରମସୀମାରେ ପହଞ୍ଚିଛି । ସୁପ୍ରିମୋଙ୍କ ସମୀକ୍ଷା ଭିତରେ ନେତାଙ୍କ ବୟାନବାଜି ବିଜେଡି କଳିକୁ ବଳ ଦେଉଛି । ଖୋର୍ଦ୍ଧା ସାଙ୍ଗଠନିକ ବୈଠକ ପରେ ଏହି କଳି ଆହୁରି ଉଗ୍ର ରୂପ ନେଲାଣି । ଯେତେବେଳେ ମହିଳାଙ୍କୁ ସମ୍ମାନର କଥା ଉଠାଇ ଦଳୀୟ ନେତାଙ୍କୁ ତେରଛା ବାଣ ମାରିଛନ୍ତି ଶ୍ରୀମୟୀ । 

ଅନ୍ୟପଟେ ସମ୍ମାନ ଦେଲେ ସମ୍ମାନ ମିଳିବ ବୋଲି କହି ପରୋକ୍ଷରେ ଶ୍ରୀମୟୀଙ୍କୁ ପାଲଟା ଜବାବ ଦେଇଛନ୍ତି ମନ୍ମଥ । ବୋଲଗଡ ବିଧାୟକ , ବିଜେଡିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଓ ଶ୍ରୀମୟୀ ମିଶ୍ରଙ୍କ ମଧ୍ୟରେ କଥା କଟାକଟି ଓ ପରେ ଦୁର୍ବ୍ୟବହାର ହୋଇଥିବା ନେଇ ଦଳୀୟ ମହଲରେ ଚର୍ଚ୍ଚା । ଯାହାକୁ ଆଜି ଖୋରାକ ଦେଇଛି ଦଳୀୟ ନେତାଙ୍କ ବୟାନ। ତେବେ ଏହି ଘଟଣାକୁ ଲୁଚାଇବାକୁ ଯଥାସାଧ୍ୟ ଉଦ୍ୟମ କରିଛନ୍ତି ବରିଷ୍ଠ ନେତା ଦେବୀ ମିଶ୍ର । 

  • ବାରୁଦ ଗଦାରେ କି ବିଜେଡି ?
  • କେତେବେଳେ ବି ହୋଇପାରେ ବଡ ବିସ୍ଫୋରଣ !

ବିଜେଡିର ଏହି କଳି କେବଳ ଶଙ୍ଖ ଭବନରେ ସୀମିତ ନାହିଁ ଏହା ଏବେ ରାସ୍ତାରେ ପହଞ୍ଚିଛି । ପଦଯାତ୍ରାରେ ଦଳୀୟ ଫାଟ ଜଳଜଳ ଦିଶୁଛି। ଭୁବନେଶ୍ୱରରେ କାରଣ ଦର୍ଶାଅ ନୋଟିସ ପାଇଥିବା ୨ କର୍ପୋରେଟରଙ୍କୁ ପଦଯାତ୍ରାରେ ସାମିଲ କରାଯାଇନାହିଁ। ଯାହାକୁ ଷଡଯନ୍ତ୍ର ବୋଲି କହିଛନ୍ତି ଅମରେଶ ।
 
ଅନ୍ୟପଟେ ଯାଜପୁର ବଡଚଣାରେ ପଦଯାତ୍ରା ବେଳେ ବିଜେଡି ୨ ଫାଳ ନୁହେଁ ୩ ଫାଳ ହୋଇଥିବା ଦେଖିବାକୁ ମିଳିଛି । ବଡଚଣାରେ ଅମର ଶତପଥୀ, ବର୍ଷା ପ୍ରିୟଦର୍ଶିନୀ, ରାଜନାରାୟଣ ମହାପାତ୍ର ଅଲଗା ଅଲଗା ପଦଯାତ୍ରା କରିଛନ୍ତି। ଶଙ୍ଖଭବନରୁ ସଡକ ଯାଏଁ ବିଜେଡିର କନ୍ଦଳ ଲମ୍ବିବାରେ ଲାଗିଛି। ପଦଯାତ୍ରା ଆରମ୍ଭରୁ ନେତାଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଦଳର ଶୀର୍ଷ ନେତୃତ୍ୱଙ୍କ ଚିନ୍ତା ବଢାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe