କନକ ବ୍ୟୁରୋ: ପଦଯାତ୍ରାକୁ ନେଇ କର୍ପୋରେଟର ଗୋଷ୍ଠୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ । ବିଜେଡିର ପଦଯାତ୍ରାକୁ ଡକାନଯିବା ଘଟଣାକୁ ନେଇ ବର୍ଷିଛନ୍ତି କର୍ପୋରେଟର ଅମରେଶ ଜେନା । କହିଛନ୍ତି କିଛି ନେତାଙ୍କ ଏଯାଏଁ ପୁରୁଣା ରୋଗ ଯାଇନାହିଁ । ଦୁଇଜଣ ନେତା ମିଛର ସାହାରା ନେଇ ବିଭିନ୍ନ ନେତାଙ୍କ ସାମ୍ନାରେ ଚୁଗୁଲି କରୁଛନ୍ତି, ଅପପ୍ରଚାର ଚଳାଇଛନ୍ତି । ତାଙ୍କୁ ଆଗାମୀ ଦିନରେ ଉଚିତ୍ ଜବାବ ଦିଆଯିବ । ପଦଯାତ୍ରାକୁ ଡକାନଯିବାରୁ ଅମରେଶ ଜେନା ସ୍ୱତନ୍ତ୍ର ଭାବେ ରକ୍ତଦାନ ଶିବିରର ଆୟୋଜନ କରିଥିବା କହିଛନ୍ତି । ସେପଟେ କର୍ପୋରେଟର ମହାମାୟା ସ୍ୱାଇଁ ଅମରେଶ ଜେନାଙ୍କୁ କଡ଼ା ଜବାବ ଦେଇଛନ୍ତି । କହିଛନ୍ତି ଘରର ଉତ୍ସବରେ ସମସ୍ତେ ଯୋଗଦେବା ଉଚିତ। କାହାକୁ ଏଠାକୁ ଡକାଯାଇ ନାହିଁ ।