କନକ ବ୍ୟୁରୋ : ଭୁବନେଶ୍ୱର ଜନତା ମୈଦାନରେ ଆତଙ୍କବାଦୀ ଅନୁପ୍ରବେଶ କରିବାର ରିହର୍ସାଲ । ଯେଉଁଠି ଆୟୋଜନ ହେବ ପ୍ରବାସୀ ଭାରତୀୟ ସମ୍ମିଳନୀ । ଏକ ବୋଲେରୋରେ କିଛି ମୁଖାପିନ୍ଧା ଆତଙ୍କବାଦୀ ପ୍ରବେଶ କରିବାର ଡେମୋ । ଗୁଳିଫୁଟା ଆମ୍ବିଅନ୍ସ । ଉଦ୍ଦେଶ୍ୟ ହେଉଛି ସମ୍ମିଳନୀରେ ସାମିଲ ହେଉଥିବା ହାଇପ୍ରୋଫାଇଲ ଡେଲିଗେଟ୍‌ଙ୍କୁ ବନ୍ଧକ ବନାଇ ସରକାର ଓ ପ୍ରଶାସନକୁ ବ୍ଲାକମେଲ କରିବା ।

Advertisment

ଟାକ୍ଟିକାଲ ଟିମ୍ ଆସି ଧାଡ଼ି କରିବା ହେଲେ ସବୁ ପ୍ରକାର ଆକ୍ରମଣକୁ ପ୍ରତିହତ କରିବା ପାଇଁ ପ୍ରସ୍ତୁତ ହୋଇ ରହିଛି କମିଶନରେଟ୍‌ ପୋଲିସର ଟାକ୍ଟିକାଲ ୟୁନିଟ୍‌ । ପ୍ରଥମଥର ପାଇଁ ଏଭଳି ଦକ୍ଷ ସୁରକ୍ଷାକର୍ମୀ, ମକଡ୍ରିଲ କରିବାର ଦୃଶ୍ୟ କନକ ନ୍ୟୁଜ କ୍ୟାମେରାରରେ କଏଦ ହୋଇଛି । ଆତଙ୍କବାଦୀଙ୍କ କବ୍‌ଜାରେ ଥିବା ଡେଲିଗେଟ୍‌ଙ୍କୁ କେମିତି ସୁରକ୍ଷିତ ଉଦ୍ଧାର କରାଯିବ, ସେନେଇ ମକଡ୍ରିଲ ହୋଇଛି ।

ଆଗାମୀ ୮ ତାରିଖରୁ ଆରମ୍ଭ ହେଉଥିବା ପ୍ରବାସୀ ଭାରତୀୟ ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ ଓ ଅନେକ ଭିଭିଆଇପି ଯୋଗ ଦେବାକୁ ଭୁବନେଶ୍ୱର ଆସିବେ । ଡଗ ସ୍କ୍ୱାର୍ଡ ସମସ୍ତଙ୍କୁ ସୁରକ୍ଷା ପ୍ରଦାନ ସହ ସୁରୁଖୁରୁରେ କାର୍ଯ୍ୟକ୍ରମ ଶେଷ କରିବା କମିଶନରେଟ ପୋଲିସ ପାଇଁ ବଡ଼ ଆହ୍ୱାନ । ସମ୍ମିଳନୀ ଚାଲିଥିବା ସମୟରେ ଯଦି କୌଣସି ଆତଙ୍କବାଦୀ ଆକ୍ରମଣ ହୁଏ କିମ୍ବା ବୋମା ବିଷ୍ଫୋରଣ ଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼େ ତେବେ ତାର କେମିତି ମୁକାବିଲା କରାଯିବ ସେନେଇ ସ୍ୱତନ୍ତ୍ର ସ୍କ୍ୱାର୍ଡ୍‌ ପ୍ରସ୍ତୁତ କରାଯାଇଛି । ବିଭିନ୍ନ ସ୍ଥାନରେ ଉଚ୍ଚ ଅଟ୍ଟାଳିକାଗୁଡ଼ିକରେ ଜଗି ରହିଛନ୍ତି ସ୍ନାଇଫର ଟିମ୍‌ ।

ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଆଉମାତ୍ର ଦୁଇଦିନ । ତେଣୁ ଜନତା ମୈଦାନରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ପୋଲିସ ମହାନିର୍ଦ୍ଦେଶକ ଓ୍ୱାଇବି ଖୁରାନିଆ । ଗୁରୁତ୍ୱପୁର୍ଣ କଥା ହେଉଛି ସୁରକ୍ଷା ପାଇଁ କମିଶନରେଟ ପୋଲିସର ସ୍ପେଶାଲ ଟାକ୍ଟିକାଲ ଫୋର୍ସ ସହ ମୁତୟନ ହୋଇଛନ୍ତି ।

ଜାନୁଆରୀ ୮ରୁ ୧୦ ତିନିଦିନ ଧରି ଭୁବନେଶ୍ୱରରେ ଚାଲିବ ପ୍ରବାସୀ ଭାରତୀୟ ସମ୍ମିଳନୀ । ଭୁବନେଶ୍ୱରରେ ଡିଜି ଓ ଆଇଜି ସମ୍ମିଳନୀ ପରେ ପ୍ରବାସୀ ଭାରତୀୟ ସମ୍ମିଳନୀ ପରି ହାଇପ୍ରୋଫାଇଲ କାର୍ଯ୍ୟକ୍ରମରେ କୌଣସି ରିସ୍କ ନେବାକୁ ଚାହୁଁନାହିଁ ପୋଲିସ ପ୍ରଶାସନ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।