କନକବ୍ୟୁରୋ : ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ନୂତନ ୱାକଫ ସଂଶୋଧନ ଆଇନକୁ ନେଇ ପୁଣି ଥରେ ହିଂସା ଦେଖାଦେଇଛି । ତୀବ୍ର ହେଉଛି ହିଂସା  । ମୁର୍ଶିଦାବାଦ ଜାଫରବାଦରେ ଘଟିଥିବା ହିଂସାରେ ବାପା ଓ ପୁଅଙ୍କୁ ହତ୍ୟା କରାଯାଇଛି  । ସେପଟେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି  । ମମତା କହିଛନ୍ତି କୌଣସି ପରିସ୍ଥିତିରେ ରାଜ୍ୟରେ ଲାଗୁ ହେବନି  ।

Advertisment

ତେଣୁ ହିଂସା ନକରିବାକୁ ଅପିଲ କରିଛନ୍ତି  ।  ନିମଟିତା ରେଳ ଷ୍ଟେସନରେ କିଛି ହିଂସାତ୍ମକ ପ୍ରଦର୍ଶନକାରୀ ଏକ ଟ୍ରେନ ଉପରେ ପଥର ମାଡ଼ କରିଥିଲେ, ଯାହା ଫଳରେ ଅଞ୍ଚଳରେ ରେଳ ସେବା ବାଧାପ୍ରାପ୍ତ ହୋଇଥିଲା  । ଏହି ନୂତନ ଆଇନର ପ୍ରତିବାଦରେ,  ପ୍ରଦର୍ଶନକାରୀମାନେ ଶୁକ୍ରବାର ପ୍ରାର୍ଥନା ପରେ ତୁରନ୍ତ ଜାତୀୟ ରାଜପଥ ୧୨କୁ ଅବରୋଧ କରି ପ୍ରଦର୍ଶନ କରିଥିଲେ  ।  

ଯେତେବେଳେ ପୋଲିସ କର୍ମଚାରୀମାନେ ସେମାନଙ୍କୁ ଜାତୀୟ ରାଜପଥରୁ ହଟାଇବାକୁ ଗଲେ ,   ପ୍ରଦର୍ଶନକାରୀମାନେ ପୋଲିସ ଉପରକୁ ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି  ।  ଏହି ଘଟଣା ଯୋଗୁଁ ଜାତୀୟ ରାଜପଥ ଘଣ୍ଟା ଘଣ୍ଟା ଧରି ଜାମ୍ ହୋଇ ରହିଥିଲା, ଯାହା ଫଳରେ ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା  ।  ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ମଧ୍ୟ କଠୋରତା ଦେଖାଇଥିଲା  ।  ପୋଲିସ ଭିଡ଼କୁ ଘଉଡ଼ାଇବା ପାଇଁ ଲାଠିଚାର୍ଜ କରିଥିଲା ଏବଂ ଲୁହ ବୁହା ଗ୍ୟାସ୍ ସେଲ୍ ଫୁଟାଇଥିଲେ    ।