ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜୋରଦାର ; ଜଣେ ପରେ ଜଣେ ଆହତଙ୍କୁ କରାଗଲା ଉଦ୍ଧାର

Advertisment

ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଥିଲା ପ୍ରାଥମିକତା। କେମିତି ତୁରନ୍ତ ଆହତଙ୍କୁ ହସ୍ପିଟାଲରେ ପହଞ୍ଚା ଯାଇପାରିବ ସେଥିପ୍ରତି ଧ୍ୟାନ ଦେଇଥିଲା ପ୍ରଶାସନ। ରେଳବାଇ ସହ ସ୍ଥାନୀୟ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚୁଥିଲେ

ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଥିଲା ପ୍ରାଥମିକତା। କେମିତି ତୁରନ୍ତ ଆହତଙ୍କୁ ହସ୍ପିଟାଲରେ ପହଞ୍ଚା ଯାଇପାରିବ ସେଥିପ୍ରତି ଧ୍ୟାନ ଦେଇଥିଲା ପ୍ରଶାସନ। ରେଳବାଇ ସହ ସ୍ଥାନୀୟ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚୁଥିଲେ

ଆହତଙ୍କୁ କରାଗଲା ଉଦ୍ଧାର

ଆହତଙ୍କୁ କରାଗଲା ଉଦ୍ଧାର Photograph: (KanakNews )

କନକ ବ୍ୟୁରୋ: ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଥିଲା ପ୍ରାଥମିକତା। କେମିତି ତୁରନ୍ତ ଆହତଙ୍କୁ ହସ୍ପିଟାଲରେ ପହଞ୍ଚା ଯାଇପାରିବ ସେଥିପ୍ରତି ଧ୍ୟାନ ଦେଇଥିଲା ପ୍ରଶାସନ। ରେଳବାଇ ସହ ସ୍ଥାନୀୟ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚୁଥିଲେ। ଆଉ ଏପଟେ ଲାଇନ୍‌ଚ୍ୟୁତ ଟ୍ରେନରୁ ଆହତଙ୍କୁ ଉଦ୍ଧାର କାର୍ଯ୍ୟ ଜୋରଦାର ହୋଇଥିଲା।

ଟ୍ରେନ ଭିତରୁ ଆହତଙ୍କୁ ବାହାର କରୁଥିଲେ ଉଦ୍ଧାରକାରୀ ଦଳ। କଟକ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ରହି ପୂରା ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ। ତେବେ ଦୁର୍ଘଟଣାର କାରଣ ଖୋଜିବା ଅପେକ୍ଷା, ପରିସ୍ଥିତିକୁ ସମ୍ଭାଳିବା ପାଇଁ ମୁଖ୍ୟତଃ ତିନିଟି ଦିନକୁ ଧ୍ୟାନ ଦିଆଯାଇଥିଲା।

  • ଆହତଙ୍କୁ ତୁରନ୍ତ ଉଦ୍ଧାର କରି ହସ୍ପିଟାଲରେ ପହଞ୍ଚାଇବା
  • ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା ଯାତ୍ରୀଙ୍କୁ ପିଇବା ପାଣି ଓ ଖାଦ୍ୟ ଯୋଗାଇବା
  • ଅନ୍ୟ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାର ବ୍ୟବସ୍ଥା କରିବା

ସୂଚନା ଅନୁସାରେ, ପ୍ରାୟ ୧୫ ଜଣ ଆହତ ଯାତ୍ରୀଙ୍କୁ କଟକ ଏସସିବି ମେଡିକାଲକୁ ପଠାଯାଇଥିଲା। ସେପଟେ ଯାତ୍ରୀଙ୍କ ନିକଟରେ ଖାଦ୍ୟ ଓ ପାଣି ପହଞ୍ଚାଇବାର ବ୍ୟବସ୍ଥା କରିଥିଲେ ସ୍ଥାନୀୟ ପ୍ରଶାସନ। ଏପରିକି ପ୍ରବଳ ଖରା ହେଉଥିବାରୁ ଏକ ଅସ୍ଥାୟୀ କ୍ୟାମ୍ପ କରି ସେହିଠାରେ ଆହତଙ୍କ ଚିକିତ୍ସା ଆରମ୍ଭ କରିଥିଲା ମେଡିକାଲ ଟିମ୍। ସେପଟେ ଅଫଲାଇନରେ ଟ୍ରେନ ଚଳଚଳ ସ୍ୱାଭାବିକ ରହିଥିବାବେଳେ, ଡାଉନଲାଇନରେ କେତେକ ଟ୍ରେନକୁ ରୁଟ୍ ପରିବର୍ତ୍ତନ କରି ପଠାଇବାର ବନ୍ଦୋବସ୍ତ କରିଥିଲା ପୂର୍ବତଟ ରେଳବାଇ। ଦିନ ପ୍ରାୟ ୨ଟା ୩୫ରେ ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ରିଲିଫ ଟ୍ରେନ କଟକ ଅଭିମୁଖେ ବାହାରିଥିଲା। 

ତେବେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଯାତ୍ରୀଙ୍କୁ ଧରି ଗୁଆହାଟୀର କାମାକ୍ଷା ଅଭିମୁଖେ ବାହାରିଥିଲା ରିଲିଫ ଟ୍ରେନ୍। ସେପଟେ କିଛି ସ୍ଥାନୀୟ ଯାତ୍ରୀଙ୍କୁ ମଧ୍ୟ ବସ ଯୋଗେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଇବାର ବନ୍ଦୋବସ୍ତ କରିଥିଲା ରେଳବାଇ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe