କନକ ବ୍ୟୁରୋ : ଆସନ୍ତା ସପ୍ତାହରେ ପଡିବ ଆଉ ଏବେଠୁ ସରଗରମ ପ୍ରଚାର ମୈଦାନ । ହେଭିୱେଟ ପ୍ରଚାରକଙ୍କୁ ଦଳମାନେ ପ୍ରଚାର ମୈଦାନକୁ ଓହ୍ଲାଇ ଭୋଟ ମାଗୁଛନ୍ତି । ସାଂସଦ,ବିଧାୟକ, ମୁଖ୍ୟମନ୍ତ୍ରୀ ପ୍ରଚାର ମଙ୍ଗ ସମ୍ଭାଳିଛନ୍ତି । ଏହି କ୍ରମରେ ଆଜି ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହା, ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ,କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସହ ହେଭିୱେଟ ଚେହେରା ପ୍ରଚାର କରିଛନ୍ତି ।  ନେତାମାନେ ବିଭିନ୍ନ ପ୍ରସଙ୍ଗ ଉଠାଇ ପରସ୍ପରକୁ ଆକ୍ଷେପ କରିବା ସହ ମାଳ ମାଳ ଅଭିଯୋଗ କରିଛନ୍ତି । ଏଥରକ ଦିଲ୍ଲୀରେ ଦେଖିବାକୁ ମିଳିବ ତ୍ରୀମୁଖୀ ଲଢ଼େଇ । ବିଜେପି-କଂଗ୍ରେସ ଓ ଆପ ଲଢ଼େଇ ରୋଚକ ହେବ  । ଫେବ୍ରୁଆରୀ ୫ରେ ପଡିବ ଭୋଟ ଓ ୮ରେ ଭୋଟ ଗଣତି ।

Advertisment

ଆଜି ସକାଳୁ ପ୍ରଥମେ ଦିଲ୍ଲୀ ରୋହିଣୀ ଅଞ୍ଚଳରେ ଥିବା ବାଲ୍ମିକି ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି ରାହୁଲ। ପରେ ଆଖପାଖ ଅଞ୍ଚଳର ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି ବିରୋଧୀ ଦଳ ନେତା। ବସ୍ତି ଅଞ୍ଚଳର ମହିଳାଙ୍କ ସହ ଆଲୋଚନା କରିଛନ୍ତି ରାହୁଲ। ଏହାସହ ପତପରଗଞ୍ଜ ଏବଂ ଓଖଲା ବିଧାନସଭା କ୍ଷେତ୍ରରେ ରୋଡ୍ ଶୋ କରିଛନ୍ତି ରାହୁଲ।