କନକ ବ୍ୟୁରୋ : କୁଖ୍ୟାତ ଆତଙ୍କବାଦୀ ତଥା ଜୈଶ ଏ ମହମ୍ମଦ ମୁଖିଆ ମସୁଦ ଅଜହରକୁ ନେଇ ଆସିଛି ବଡ ଖବର । ଠିକଣା ବଦଳାଉଛି ଆତଙ୍କୀ । ବହଲାପୁରରେ ଆଡ୍ଡାକୁ ଭାରତ ମାଟିରେ ମିଶାଇବା ପରେ ପିଓକରେ ନୂଆ ଆଡ୍ଡ ଗଢ଼ୁଥିବା ସୂଚନା ମିଳିଛି । ଏହା ହେଉଛି ଅଜହରର ପୁରୁଣା ଠିକଣା ବହଲାପୁରଠୁ କେବଳ ୬କିଲୋମିଟର ଦୂରରେ ଥିବା ଏକ ପାହାଡିଆ ସ୍ଥାନ । ତେବେ ଅନୁମାନ କରାଯାଉଛି ମାସୁଦର ଏହା ନୂଆ ଠିକଣା ହୋଇପାରେ । ଅପରେସନ ସିନ୍ଦୂରରେ ଭାରତ ପାକିସ୍ତାନୀ ଆତଙ୍କୀଙ୍କ ଠିକଣାକୁ ମାଟିରେ ମିଶାଇଥିଲା । ଯେଉଁଥିରେ ମାସୁଦର ୪ଟି ଠିକଣା ମଧ୍ୟ ଧ୍ବଂସ ହୋଇଛି ।