କନକ ବ୍ୟୁରୋ  : ସରକାର ଦେଉଛନ୍ତି, କିନ୍ତୁ ଘରୋଇ ସଂସ୍ଥାର ପ୍ରବଳ ବାହାନା। ରାଜ୍ୟରେ ନିଜ ଗାଈ ପାଇଁ ବୀମା କରିଥିବା ଚାଷୀଙ୍କୁ ତାଙ୍କ ହକ୍ ମିଳିପାରୁନି। 
ରାଜ୍ୟରେ ସେପ୍ଟେମ୍ବର ୨୦ ତାରିଖ ସୁଦ୍ଧା ୨,୨୦୪ଟି ଗାଈ ମରିଛନ୍ତି
ହେଲେ କେବଳ ୩୭୧ଟି ଗାଈଙ୍କ ବୀମା ଟଙ୍କା ଦେଇଛି କମ୍ପାନି
ଅର୍ଥାତ ରାଜ୍ୟରେ ମାତ୍ର ୧୭% ଗାଈଙ୍କ ବୀମା ଟଙ୍କା ଦିଆଯାଇଛି
ଅନୁଗୁଳ ଜିଲ୍ଲାରେ ସର୍ବନିମ୍ନ ୪% ପ୍ରତିଶତଙ୍କୁ ବୀମା ଟଙ୍କା ମିଳିଛି 
ସୁନ୍ଦରଗଡ଼ରେ ସର୍ବାଧିକ ୩୦% ପାଇଛନ୍ତି
ସମ୍ବଲପୁର ଜିଲ୍ଲାରେ ମାତ୍ର ୨୦ ପ୍ରତିଶତ ବୀମା ଟଙ୍କା ପାଇଥିବାରୁ, ଏନେଇ ବିଭିନ୍ନ ବୈଠକରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ । 
 
ଗ୍ରାଉଣ୍ଡ ଜିରୋର ସ୍ଥିତି ସାଂଘାତିକ। କୁଚିଣ୍ଡାର ଏକ ନମ୍ବର ୱାର୍ଡ ବାସିନ୍ଦା ସତ୍ୟନାରାୟଣ ସାହୁଙ୍କ ଗାଈର ମୃତ୍ୟୁକୁ ୩ ମାସରୁ ଅଧିକ ହେଲାଣି କିନ୍ତୁ ବୀମା ଟଙ୍କା ଏଯାଏଁ ମିଳିନି। ସମାନ ଅବସ୍ଥା ୱାର୍ଡ ନମ୍ବର- ଫୋରର ଛବିଳ ମାଝୀଙ୍କର। ବୀମା କମ୍ପାନି ସହ କରାଯାଇଥିବା ଚୁକ୍ତି ପତ୍ରରେ ଲେଖାଯାଇଛି ଡକ୍ୟୁମେଣ୍ଟ ଦେବାର ୧୫ ଦିନ ଭିତରେ ବୀମା ଟଙ୍କା ମିଳିବ। ହେଲେ ଫୋନ୍ କଲେ ବାବୁ ଉଠାଉ ନାହାନ୍ତି।
 
ରାଜ୍ୟ ସରକାର ଗାଈଙ୍କ ବୀମା ଦାୟିତ୍ବ ନ୍ୟାସନାଲ ଇନ୍‌ସ୍ୟୁରାନ୍ସ କମ୍ପାନି (NIC)କୁ ଦେଇଛନ୍ତି। କିନ୍ତୁ NIC ଆଉ ଦୁଇଟି ଘରୋଇ ସଂସ୍ଥାକୁ ଦାୟିତ୍ବ ହସ୍ତାନ୍ତର କରିଦେଇଛି। ଏଚ୍‌ଆଇବିଏଲ୍‌ ଓ ସାଲାସାର ସଂସ୍ଥା ବୀମାର ଦାୟିତ୍ବରେ ଥିବା ବେଳେ ଏମାନେ ପ୍ରତି ବ୍ଲକରେ ଜଣେ ଲେଖାଏଁ ଏଜେଣ୍ଟ ନିଯୁକ୍ତ କରିବା କଥା। କିନ୍ତୁ ଜିଲ୍ଲାରେ ମାତ୍ର ଜଣେ ଦାୟିତ୍ବରେ ଥିବାରୁ ହଇରାଣ ହେଉଛନ୍ତି ଗୋପାଳକ ।  

Advertisment