କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗରେ ଆୟୋଜିତ ଏକ କାର୍ୟ୍ୟକ୍ରମକୁ ନେଇ ତୃଣମୂଳ କଂଗ୍ରେସ (ଟିଏମ୍ସି) ସରକାରଙ୍କ ଉପରେ ବର୍ଷିଛନ୍ତି। ସେ ଅଭିଯୋଗ କରିଛନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ମାନ ସହିତ ଆଘାତ ହୋଇଛି, ଏବଂ ଏହା କେବଳ ରାଷ୍ଟ୍ରପତିଙ୍କ ପାଇଁ ନୁହେଁ ବରଂ ଦେଶର ସମ୍ବିଧାନର ମଧ୍ୟ ଅପମାନ। ଏହା ଗଣତନ୍ତ୍ରର ମହାନ ପରମ୍ପରାକୁ ମଧ୍ୟ ଅପମାନିତ କରିଛି।
ପ୍ରଧାନମନ୍ତ୍ରୀ କହିଛନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାନ୍ତାଳ ସମ୍ପ୍ରଦାୟର ଏକ ପ୍ରମୁଖ ସାଂସ୍କୃତିକ ଉତ୍ସବରେ ଯୋଗଦେବା ପାଇଁ ପଶ୍ଚିମବଙ୍ଗ ଗସ୍ତ କରିଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟକ୍ରମରେ ତାଙ୍କୁ ଉପଯୁକ୍ତ ସମ୍ମାନ ଦେବା ପରିବର୍ତ୍ତେ, ଟିଏମ୍ସି ଏହାକୁ ବର୍ଜନ କରିଥିଲା। ରାଷ୍ଟ୍ରପତି ନିଜେ ଆଦିବାସୀ ସମ୍ପ୍ରଦାୟରୁ ଆସିଛନ୍ତି। ସର୍ବଦା ସେମାନଙ୍କ ବିକାଶ ସ କଲ୍ୟାଣ ପାଇଁ ଚିନ୍ତିତ ଅଛନ୍ତି। ଏହା ସତ୍ତ୍ୱେ, ରାଜ୍ୟ ସରକାର ଏହି କାର୍ୟ୍ୟକ୍ରମ ପ୍ରତି ଗମ୍ଭୀରତା ଦେଖାଇ ନଥିଲେ।
ଅଧିକ ପଢ଼ନ୍ତୁ :ଭୁଲ୍ ମାଗନ୍ତୁ ପଶ୍ଚିମବଙ୍ଗ ସରକାର : ଦିଦିଙ୍କ ଉପରେ ବର୍ଷିଲେ ଅମିତ ଶାହା, ଏହି ମାମଲାରେ କଠୋର ହେଲା କେନ୍ଦ୍ର
ରାଜ୍ୟ ସରକାର ଏହି କାର୍ୟ୍ୟକ୍ରମରେ ଅବ୍ୟବସ୍ଥା କରିଥିଲେ । ଗଣତନ୍ତ୍ରର ମହାନ ପରମ୍ପରାରେ, ରାଷ୍ଟ୍ରପତିଙ୍କ କାର୍ୟ୍ୟାଳୟ ସର୍ବୋଚ୍ଚ ସମ୍ମାନର ପ୍ରତୀକ। ତେଣୁ, ଯେକୌଣସି ରାଜନୈତିକ ମତଭେଦରୁ ଊର୍ଦ୍ଧ୍ୱକୁ ଉଠି ଏହି କାର୍ୟ୍ୟାଳୟର ମର୍ୟ୍ୟାଦା ବଜାୟ ରଖିବା ସମସ୍ତଙ୍କର ଦାୟିତ୍ୱ। ଟିଏମ୍ସି ସରକାର କ୍ଷମତାର ଅହଂକାରରେ ବୁଡ଼ି ରହିଛନ୍ତି। ଏପରି ଘଟଣା ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଦୁର୍ବଳ କରିଥାଏ। ରାଷ୍ଟ୍ରପତିଙ୍କ ପ୍ରତି କରାଯାଇଥବା ଅଣଦେଖାକୁ ଲୋକେ କେବେ ମଧ୍ୟ କ୍ଷମା କରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/08/08bbs_37_08032026_111-2026-03-08-17-10-50.jpg)