କନକ ବ୍ୟୁରୋ : କନକ ନ୍ୟୁଜର ମହାପ୍ରଭାବ। ଓଡ଼ିଆ ଭାଷାର ବ୍ୟବହାର ପାଇଁ ବିଭାଗରେ ଦେଖିବାକୁ ମିଳିଛି ତତ୍ପରତା । ସରକାରଙ୍କ ବାରମ୍ବାର ତାଗିଦ ପରେ ମଧ୍ୟ ବିଭିନ୍ନ ବିଭାଗ ଇଂରାଜୀରେ ଚିଠି କରୁଥିଲେ । ସରକାରଙ୍କ ନିଷ୍ପତ୍ତିକୁ ମାନୁନଥିଲେ। ଏସବୁ ଭିତରେ ନିର୍ମାଣ ବିଭାଗ ଓଡ଼ିଆ ଭାଷାର ବ୍ୟବହାର ପାଇଁ ପାଦ ଆଗକୁ ବଢାଇଛି । ମୁଖ୍ୟମନ୍ତ୍ରୀଙ୍କ ୧୫ ସୂତ୍ରୀ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ନେଇ ନିର୍ମାଣ ବିଭାଗର ସମୀକ୍ଷା ବୈଠକରେ ସବୁ ସରକାରୀ କାର୍ଯ୍ୟ ଓଡ଼ିଆରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚିଠିପତ୍ର, ସରକାରୀ ନିର୍ଦ୍ଦେଶନାମା ଆଦି ଓଡ଼ିଆରେ କରିବା ପାଇଁ ନିର୍ମାଣ ବିଭାଗର ପ୍ରମୁଖ ସଚିବ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଶ୍ନ ଉଠୁଛି, ବିଭାଗର ଏହି ଘୋଷଣାକୁ ତୃଣମୂଳସ୍ତରରେ ଅନୁପାଳନ କରାଯିବ ତ ?
ରାଜଧାନୀର ୧ ନମ୍ବର ହାଟରେ ଭୟାବହ ଅଗ୍ନିକାଣ୍ଡ : ପ୍ରାୟ କୋଟିଏ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ପାଉଁଶ
ନିର୍ମାଣ ବିଭାଗର ଏହି ସମୀକ୍ଷା ବୈଠକରେ ଖାଲିଥିବା ପଦ ପୂରଣ ଏବଂ ପଦୋନ୍ନତି ଅପେକ୍ଷାରେ ଥିବା ଯୋଗ୍ୟ ଅଧିକାରୀଙ୍କୁ ତୁରନ୍ତ ପଦୋନ୍ନତି ପାଇଁ ଗୁରୁତ୍ବ ଦିଆଯାଇଛି । ସମୟ ଅବଧି ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ନେଇ ଆଲୋଚନା ହୋଇଥିବା ବେଳେ ଅନ୍ଲାଇନ୍ ମାଧ୍ୟମରେ ସରକାରୀ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିସହ ଓଡିଆରେ ହେବ ସରକାରୀ କାମ । ନାମ ଫଳକ ମଧ୍ୟ ଓଡିଆରେ ଲେଖା ହେବ । ଓଡିଆ ଅସ୍ମିତାର ନାରା ଦେଇ ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ ଉଭୟ ସରକାରୀ ଓ ବେସରକାରୀ ନାମ ଫଳକରେ କିଛିଟା ପରିବର୍ତ୍ତନ ଘଟିଛି । ତେବେ ଏଯାଏଁ ସରକାରୀ କାର୍ଯ୍ୟ କିମ୍ବା ସରକାରୀ ଚିଠି ପତ୍ର ସମ୍ପୂର୍ଣ୍ଣ ଭାବେ ଓଡିଆରେ ଆଦାନ ପ୍ରଦାନ ସମ୍ଭବ ହୋଇପାରିନାହିଁ । ବ୍ରିଟିଶ ଅମଳରୁ ପ୍ରଚଳିତ ଓଡ଼ିଆ ପ୍ରାଶାସନିକ ଶବ୍ଦକୋଷ କିମ୍ବା ବିଭିନ୍ନ ସରକାରୀ ଆଇନ୍ କାନୁନର ବହି ଗୁଡିକ ଓଡିଆରେ ଅନୁବାଦ କରାଯିବାର ଆବଶ୍ୟକତା ରହିଛି ବୋଲି ଓଡିଆ ଭାଷାପ୍ରେମୀ ମାନେ ମତ ଦେଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2026/01/20/loka-seba-bhaban-2026-01-20-07-34-59.jpg)