ହେଡକ୍ୱାର୍ଟର ନଛାଡିବାକୁ ସମସ୍ତ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ; ବାତ୍ୟା ଲ୍ୟାଣ୍ଡଫଲ ନେଇ IMDର ସୂଚନା ପରେ ସତର୍କ ସରକାର

Advertisment

ବାତ୍ୟା ମୁକାବିଲା ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ପ୍ରସ୍ତୁତି । ମୁଖ୍ୟାଳୟ ନଛାଡ଼ିବାକୁ ସମସ୍ତ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ । ସେପଟେ ପୁରୀ ପ୍ରଶାସନ ବି ପ୍ରସ୍ତୁତ । ଏଡ଼ିଏମଙ୍କ ସୂଚନା, ଆବଶ୍ୟକ ହେଲେ ଲୋକଙ୍କୁ କରାଯିବ ସ୍ଥାନାନ୍ତର ।

ବାତ୍ୟା ମୁକାବିଲା ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ପ୍ରସ୍ତୁତି । ମୁଖ୍ୟାଳୟ ନଛାଡ଼ିବାକୁ ସମସ୍ତ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ । ସେପଟେ ପୁରୀ ପ୍ରଶାସନ ବି ପ୍ରସ୍ତୁତ । ଏଡ଼ିଏମଙ୍କ ସୂଚନା, ଆବଶ୍ୟକ ହେଲେ ଲୋକଙ୍କୁ କରାଯିବ ସ୍ଥାନାନ୍ତର ।

Screen Shot 2024-10-21 at 9.43.24 AM

କନକ ବ୍ୟୁରୋ: ବାତ୍ୟା ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ଆଜି ଠାରୁ ୨୬ ତାରିଖ ଯାଏଁ ବର୍ଷାର ସମ୍ଭାବନା ରହିଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିବା ପରେ ସତର୍କ ହୋଇଛି ଜିଲ୍ଲା ପ୍ରଶାସନ। ମୁଖ୍ୟାଳୟ ନଛାଡ଼ିବା ପାଇଁ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ। 

ପୁରୀ -ସାଗରଦ୍ୱୀପ ମଝିରେ ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ କରିବା ନେଇ ଆଇଏମଡିର ସୂଚନା ପରେ ସତର୍କ ହୋଇଛନ୍ତି ରାଜ୍ୟ ସରକାର ।   ପୁରୀ ବେଳାଭୂମିରେ ନାଲି ପତାକା ଲଗାଯାଇଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ୨୩ ତାରିଖରେ ବାତ୍ୟାରେ ପରିଣତ ହେବ। ଲ୍ୟାଣ୍ଡଫଲ ନେଇ ନିର୍ଦ୍ଦିଷ୍ଟ ସୂଚନା ପରେ ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂପୁର, କଟକ, ଯାଜପୁରକୁ ଆଲର୍ଟ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe