କନକ ବ୍ୟୁରୋ: ହଳଦୀ ବଦଳରେ ଖାଇଦେଲେ ଡିଟରଜେଣ୍ଟ । ୬୮ ଜଣ ଛାତ୍ରଛାତ୍ରୀ ଅସୁସ୍ଥ, ୪ଜଣ ଛାତ୍ର ଗୁରୁତର ଅବସ୍ଥାରେ ଟିଟିଲାଗଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ବଲାଙ୍ଗିର ମୁରିବାହାଲ ବ୍ଲକ ଡେଙ୍ଗପଦର ଉଚ୍ଚ ପ୍ରାଥମିକ ସ୍କୁଲର ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି । ଗାଁରେ ପହଁଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ପୋଲିସ ଟିମ ସହ ଶିକ୍ଷା ବିଭାଗର ଅଧିକାରୀ ।
ସମସ୍ତ ଛାତ୍ରଛାତ୍ରୀ ଘରକୁ ନଫେରିବା ଯାଏ ପ୍ରଶାସନ ଗାଁରେ ରହିବେ ବୋଲି ଥାନା ଅଧିକାରୀ ସିପୁରା ଲୁବୁନ କହିଛନ୍ତି । ଅନ୍ୟପଟେ ଉତ୍ତେଜନା ଆଶଙ୍କାରେ ବିଦ୍ୟାଳୟରେ ମଧ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ରହିଛନ୍ତି । ତେବେ ମଧ୍ୟାହ୍ନ ଭୋଜନ ଖାଦ୍ୟରେ ହଳଦି ବଦଳରେ ସର୍ଫ ପାଉଡର ପକାଇ ଥିବା ଅଭିଯୋଗ ହୋଇଛି। ଫଳରେ ପିଲାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଥିବା ଜଣାପଡିଛି ।
ହଳଦି ବଦଳରେ ଖାଇଦେଲେ ଡିଟରଜେଂଟ । ୬୮ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ..
ହଳଦି ବଦଳରେ ଖାଇଦେଲେ ଡିଟରଜେଂଟ । ଉଚ୍ଚ ପ୍ରାଥମିକ ସ୍କୁଲର ୬୮ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ, ୪ ଗୁରୁତର । ଉତ୍ତେଜନା ଆଶଙ୍କାରେ ଗାଁରେ ପୁଲିସ ମୁତୟନ ।
/kanak/media/media_files/2024/12/08/JCsvuYUaZfL4TXJlLC3j.jpg)