କନକ ବ୍ୟୁରୋ: ଆମେରିକା ନିର୍ବାଚନ ପରେ କେଉଁଠି ଅଛନ୍ତି ଜୋ ବାଇଡେନ୍ । ଏ ପ୍ରଶ୍ନ ସଭିଙ୍କ ମନରେ ଥିବାବେଳେ । ଏବେ ବାଇଡେନଙ୍କ ଠିକଣା ମିଳିଛି । ବ୍ରାଜିଲର ଆମାଜନ ଜଙ୍ଗଲରେ ପହଞ୍ଚିଛନ୍ତି ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ୍ । ଏକ ବ୍ଲୁ ରଙ୍ଗର ସାର୍ଟ ପିନ୍ଧି ବାଇଡେନ ଆମାଜନ ଜଙ୍ଗଲରେ ନିଜ ଟିମ ସହ ବୁଲୁଥିବା ଦେଖିବାକୁ ମିଳିଛି ।
ଏଥିସହିତ ଆମାଜନରେ ବାଇଡେନ ପ୍ରେସମିଟ୍ ମଧ୍ୟ କରିଛନ୍ତି । ପରିବେଶ ସୁରକ୍ଷା ନେଇ ଏହି ପ୍ରେସମିଟରେ ବାର୍ତ୍ତା ଦେଇଛନ୍ତି ବାଇଡେନ୍ । ଯାହାକୁ ନେଇ ଏବେ ଆମେରିକା ରାଜନୀତି ସରଗରମ ରହିଛି । ନିଜ ସ୍ବାସ୍ଥ୍ୟବସ୍ଥା ପାଇଁ ରାଷ୍ଟ୍ରପତି ପଦରୁ ଓହରି ଥିବା ବାଇଡେନଙ୍କ ଏଭଳି ପ୍ରୟାସକୁ ନେଇ ଭିନ୍ନ ଭିନ୍ନ ମତ ଆସୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2024/11/18/FsFB6gTXFecid6RNQG3M.jpg)