କନକବ୍ୟୁରୋ : ଭୁଲ ରକ୍ତ ପରୀକ୍ଷା ରିପୋର୍ଟକୁ ନେଇ ଡାକ୍ତରଖାନାରେ ଉତ୍ତେଜନା । ଓ’ନେଗେଟିଭ ବଦଳରେ ମିଳିଛି ଓ’ପଜିଟିଭ ରିପୋର୍ଟ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଶେରଗଡ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ। ଯାହାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ମୂଳକ ପରିସ୍ଥିତି ଦେଖିବାକୁ ମିଳିଛି ।
ସୂଚନା ମୁତାବକ ନୂଆଗାଁ ପଞ୍ଚାୟତ ଭୂଇଁପଡା ଗାଁର ବଂଶୀଧର ପରିଡାଙ୍କ ପୁଅ ଓମ୍ ପ୍ରକାଶ ପରିଡାଙ୍କ ଦେହ ଖରାପ ହେବାରୁ ମାର୍ଚ୍ଚ ମାସ ୩୧ ତାରିଖରେ ଶେରଗଡ ମେଡିକାଲରେ ରକ୍ତ ପରୀକ୍ଷା କରିଥିଲେ। ହେଲେ ଉକ୍ତ ମେଡିକାଲରେ ଓ’ ପଜିଟିଭ ରକ୍ତ ପରୀକ୍ଷା ରିପୋର୍ଟ ପ୍ରଦାନ କରାଯାଇଥିଲା । ମନରେ ସନ୍ଦେହ ହେବାରୁ ବଂଶୀଧର ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟ,ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ଓ ବେସରକାରୀ ପାଥଲାବରେ ପରୀକ୍ଷା କରିଥିଲେ । ଯେଉଁଥିରେ “ଓ” ନେଗେଟିଭ ଆସିଥିଲା ଯାହାକୁ ନେଇ ମେଡିକାଲରେ ଉତ୍ତେଜନା ସୃଷ୍ଟି ହୋଇଛି । ସ୍ବାସ୍ଥ୍ୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ସହ ଘଟଣା ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ହୋଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/02/blood-bank-2025-08-02-14-54-19.jpg)