କନକବ୍ୟୁରୋ: ପୂଜା ପର୍ବାଣି ହେଉ କି ବିବାହ, ବ୍ରତ ସବୁଠି ଗେଣ୍ଡୁ ଫୁଲର ଆବଶ୍ୟକତା ରହିଛି । ପୂର୍ବରୁ ଏଥିପାଇଁ ଆନ୍ଧ୍ର ଓ ବ୍ରହ୍ମପୁର ଉପରେ ନିର୍ଭର କରୁଥିଲେ ଫୁଲ ବ୍ୟବସାୟୀ । ଏବେ ସମୟ ବଦଳିଛି । ଜିଲ୍ଲାର ଆବଶ୍ୟକତା ମେଂଟାଇବା ସହ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ସମେତ ବ୍ରହ୍ମପୁର, ନବରଙ୍ଗପୁରକୁ ଫୁଲ ଯୋଗାଉଛନ୍ତି ଚାଷୀ ଚନ୍ଦ୍ରା ରମେଶ ।

Advertisment

କେବଳ ସେତିକି ନୁହେଁ ସେ ଲାଭବାନ ହବାସହ ୫୦ ଜଣଙ୍କୁ ରୋଜଗାର ଦେଇଛନ୍ତି । ୫୦ଟି ପରିବାର ମୁହଁରେ ହସ ଫୁଟାଇଛନ୍ତି ଯୁବଚାଷୀ ଚନ୍ଦ୍ରା ରମେଶ  । ତାଙ୍କ ପାଖରେ କାମ କରି ବେଶ୍ ଖୁସିଥିବା କହିଛନ୍ତି କର୍ମଚାରୀ  । ୫୦ ଜଣଙ୍କ ମଧ୍ୟରୁ ୧୦ ଜଣ ସୂଦୂର ଆନ୍ଧ୍ର, କେରଳ, ନବରଙ୍ଗପୁର, ବ୍ରହ୍ମପୁର ଓ ଇନ୍ଦ୍ରାବତି ଅଚଂଳର ।  ଚନ୍ଦ୍ରା ରମେଶ  । ବୟସ ୨୬ ବର୍ଷ  ।

ବାପା ବାଙ୍ଗାରି ବାବୁ ଓ ମାଆଙ୍କ ଗୋଟିଏ ବୋଲି ସନ୍ତାନ   ବାପା ବହୁ କଷ୍ଟରେ ପୁଅକୁ ପାଠ ପଡାଇଥିଲେ  । ମାଆ ବାପା ଆଶା କରିଥିଲେ ପୁଅ ତାଙ୍କର ପାଠ ପଡି ଚାକିରି କରିବ ଓ ତାଙ୍କ ଦୁଃଖ ଦୂରହବ  । ବି.କମ୍ ପାସ କରିବା ପରେ କମ୍ପ୍ୟୁଟର ଶିକ୍ଷା ଗ୍ରହଣ କରିଥିଲେ ଚନ୍ଦ୍ରା । ଚାକିରି କରିବା ଅପେକ୍ଷା ସେ ତାଙ୍କ ବାପାଙ୍କ ନର୍ସରିକୁ ଅଧିକ ବଢ଼ାଇ ପାଖାପାଖି ୪୦ ଏକର ଜମି ଲିଜ ନେଇ ସେଥିରେ ବିଭିନ୍ନ ପରିବା ସହ ୪ ଏକର ଜମିରେ କେବଳ ଗେଣ୍ଡୁଫୁଲ ଚାଷ କଲେ  ।

ଏହାପରେ ସେ ଆଉ ପଛକୁ ଚାହିଁ ନାହାନ୍ତି  । ତାଙ୍କର କହିବା ଅନୁଶାରେ ୩ ଏକରରୁ ୧୫୦ କେଜି ଓଜନର ଫୁଲ ବାହାରୁଥିବା ବେଳେ କେଜି ପିଛା ୧୦୦ ଟଙ୍କା ହିସାବରେ ବିକ୍ରି ହୋଇଥାଏ  । ଏକର ପିଛା ୬୦ ହଜାର ଟଙ୍କା ମିଳୁଥିବା ବେଳେ ୩ ଏକରକୁ ପାଖାପାଖି ୨ ଲକ୍ଷ ଟଙ୍କା ମିଳୁଛି । ବର୍ତମାନ ଫୁଲ ସିଜିନ ହୋଇଥିବା ବେଳେ ଲୋକଙ୍କ ଆବଶ୍ୟକତା ମେଂଟାଉଛି ଏହି ଚାଷ । 

ଆଜିକାଲି ଚାକିରି ମିଳିବା ବେଶ କଷ୍ଟକର । ଚାକିରି ପଛରେ ଧାଇଁ ସମୟ ନଷ୍ଟ କରିବା ଅପେକ୍ଷା ଗେଣ୍ଡୁଫୁଲ ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ରୋଜଗାର ଦେଇ ତାଙ୍କ ମୁହଁରେ ହସ ଫୁଟାଇଛନ୍ତି ଯୁବଚାଷୀ ଚନ୍ଦ୍ରା ରମେଶ । ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ।