କନକ ବ୍ୟୁରୋ: ଆମେ କହୁଛୁ ଶୁଭାଶିଷ ଚକ୍ରବର୍ତ୍ତୀଙ୍କ କଥା । ଏକ ମଧ୍ୟବୀତ୍ତ ପରିବାରରେ ଜନ୍ମ ହୋଇଥିବା ଶୁଭାଶିଷ । ଦିନେ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଅର୍ଥ ଯୋଗାଡ କରିବାକୁ ମା’ଙ୍କ ଗହଣା ବିକିଦେଇଥିଲେ । ସବୁ ଗହଣା ବିକି ତାଙ୍କୁ ମିଳିଥିଲା ମାତ୍ର ୨୦ ହଜାର ଟଙ୍କା । କିନ୍ତୁ ସେତିକି ଅର୍ଥରେ ସେ ଅଣ୍ଟା ଭିଡିଲେ ନିଜକୁ ସଫଳ ପ୍ରମାଣିତ କରିବାକୁ  । ଦୃଢମନୋବଳ ଆଜି ତାଙ୍କୁ ଭାରତର ଜଣେ ପ୍ରତିଷ୍ଠିତ ଉଦ୍ୟୋଗୀ ଭାବେ ପରିଚୟ ଦେଇଛି ।
 

ଶୁଭାଶିଷ ଚକ୍ରବର୍ତ୍ତୀ, ହେଉଛନ୍ତି ଡିଟିଡିସିର ପ୍ରତିଷ୍ଠାତା ଓ ମ୍ୟାନେଜିଙ୍ଗ ଡାଇରେକ୍ଟର । ଏବେ ଏହି କମ୍ପାନୀ ୨୦୦୦ କୋଟିରୁ ଅଧିକ ନେଟଓର୍ଥରେ ପହଞ୍ଚିସାରିଛି । ଶୁଭାଶିଷ ୧୯୯୦ରେ ଏହି କମ୍ପାନୀକୁ ଆରମ୍ଭ କରିଥିଲେ ।  ବ୍ୟବସାୟ ପାଇଁ ବ୍ୟାଙ୍କରୁ ଲୋନ ନମିଳିବାରୁ ମା’ଙ୍କ ଗହଣ ବିକିଦେଇଥିଲେ । ଆଜି ତାଙ୍କର ବ୍ୟବସାୟ ୨୦ଜାର କୋଟିର ସାମ୍ରାଜ୍ୟରେ ପହଞ୍ଚିସାରିଛି । ତାଙ୍କ ଡିଟିଡିସି କୋରିୟର  ପାଖରେ ଏବେ ୧୪,୦୦୦୦ ପିନ୍ କୋଡ୍ରେ ସେବା ଉପଲବ୍ଧ କରିବାର କ୍ଷମତା ରହିଛି । ହେଲେ ଏ ସଫଳତା ଯାଏଁ ପହଞ୍ଚିବାରେ ସୁଭାଶିଷଙ୍କ ଯାତ୍ରା ଥିଲା ଭାରି କଠିନ ।
 

ଶୁୁୁଭାଶିଷଙ୍କ କାହାଣୀ  ସଂଘର୍ଷ ଓ ସଫଳତାର ସାନଦାର ଉଦାହରଣ । କେଲକାତାରେ ଜନ୍ମିତ ଶୁଭାଶିଷ ରାମକୃଷ୍ଣ ମିଶନ ରେସିଡେନ୍ସିଆଲ କଲେଜରେ କେମେଷ୍ଟ୍ରିରେ ଗ୍ରାଜୁଏସନ୍ କରିଥିଲେ । ପଢୁଥିବା ସମୟରେ ହିଁ ସେ ପିୟରଲେସ୍ ନାମରେ ଏକ ବଡ ବୀମା କମ୍ପାନୀରେ କାମ କରିବା ଆରମ୍ଭ କଲେ । ୧୯୮୧ରେ କମ୍ପାନୀ ତାଙ୍କୁ ନିଜର ବ୍ୟବସାୟରେ ଅଭିବୃଦ୍ଧି ପାଇଁ ବେଙ୍ଗାଲୁରୁ ପଠାଇଲା ।

୧୯୮୭ରେ ଶୁଭାଶିଷ ପିୟରଲେସ୍ କମ୍ପାନୀ ଛାଡି ନିଜର ଏକ କେମିକାଲ ଡିଷ୍ଟିବ୍ୟୁସନ୍ ବ୍ୟବସାୟ ଆରମ୍ଭ କରିବାକୁ ମନସ୍ଥ କଲେ । କିନ୍ତୁ ସେ ସମୟରେ ଡାକ ସେବା ଏତେ ସୁଦୃଢ ନଥିବାରୁ ତାଙ୍କର ଏହି ବ୍ୟବସାୟ ଏତେଟା ସଫଳ ହୋଇପାରିନଲାନହିଁ । ଏହି ସମୟରେ ଶୁଭାଶିଷ ଅନୁଭବ କଲେ ଯେ, ଡାକ ସେବା ଓ ଗ୍ରାହକଙ୍କ ମଧ୍ୟରେ ଅନେକ ଦୂରତା ରହିଛି । ଲୋକଙ୍କ ପାଖରେ ସେବା ଯଥା ସମୟରେ ପହଞ୍ଚିପାରୁନାହିଁ । ଏହି ସସମ୍ୟାକୁ ଦୂର କରିବାକୁ ୧୯୯୦ରେ ଶୁଭାଶିଷ ଆରମ୍ଭ କଲେ ନିଜର କୋରିୟର କମ୍ପାନୀ ‘ଡିଟିଡିସି’ । ଏହାର ଅର୍ଥ ହେଉଛି ‘ଡେସ୍କ ଟୁ ଡେସ୍କ କୋରିୟର ଆଣ୍ଡ କାର୍ଗୋ’  । ପ୍ରଥମେ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଲା । ବ୍ୟାଙ୍କ ତାଙ୍କୁ ଋଣ ଦେବାକୁ ମନାକରିଦେଲା । ତେଣୁ କମ୍ପାନୀକୁ ବଞ୍ଚାଇ ରଖିବାକୁ ସେ ମା’ଙ୍କ ଗହଣା ବିକିଦେଇଥିଲେ । ଯେଉଁଥିରୁ ତାଙ୍କୁ ମିଳିଥିଲା ମାତ୍ର ୨୦ ହଜାର ଟଙ୍କା ଯାହାକୁ ସେ ନିଜ କମ୍ପାନୀରେ ନିବେଶ କରିଥିଲେ । 

୧୯୯୧ରେ ଶୁଭାଶିଷଙ୍କ ମନରେ ଫ୍ରାନଚାଇଜ୍ ମଡେଲର ଚିନ୍ତା ଆସିଲା । ଯାହା ତାଙ୍କୁ ଡିଟିଡିିସିର ସଫଳତା ପାଇଁ ବାଟ କଢେଇଲା । ଏହି ମଡେଲକୁ ସେ ପ୍ରଥମେ ଛୋଟ ଛୋଟ ସହରରେ ଆରମ୍ଭ କଲେ । କାରଣ ଏଠାରେ କୋରିୟର ସେବାର ଚାହିଦା ବେଶି ଥିଲା । ତାଙ୍କର ଏହି ନିଷ୍ପତ୍ତି ବେଶ୍ ଲାଭଦାୟୀ ହେଲଶ । ଦେଖୁଦେଖୁ ଡିଟିଡିସି ବିଭିନ୍ନ ରାଜ୍ୟରେ ନିଜର ସେବା ଦେବା ଆରମ୍ଭ କଲା । ଆଜିକା ଦିନରେ ଡିଟିଡିସି ପାଖରେ ୧୪୫ ହଜାର ପିନ୍ କୋଡ୍ରେ ସେବା ଯୋଗାଉଛି । ଏବେ ଏହି କୋରିୟର କମ୍ପାନୀ ୨୦୦୦ କୋଟିର ସାମ୍ରାଜ୍ୟରେ ପରିଣତ ହୋଇଛି । ଛୋଟ ସଂସ୍ଥାଠୁ ଆରମ୍ଭ କରି ୱିପ୍ରୋ, ଇନଫୋସସ୍, ଟାଟା ଗ୍ରୁପ ଭଳି ଦଗ୍ଗ୍ଜ କମ୍ପାନୀ ଏହାର ଗ୍ରାହକ । ସାରା ବିଶ୍ୱରେ ଡିଟିଡିସିର ୨୨୦ଟି କାର୍ଯ୍ୟାଳୟ ରହିଛି । 
 

୨୦୧୩ରେ ସୁଭାଶିଷଙ୍କ ଡିଟିଡିସି ନିକୋସ୍ ଲଜିଷ୍ଟିକ୍ସରେ ୭୦ ପ୍ରତିଶତ ଭାଗିଦାରୀ ହାସଲ କରିବା ସହ ଇ କମର୍ସ କମ୍ପାନୀଙ୍କ ପାଇଁ ଭାରତର ପ୍ରଥମ ଡେଲିଭରୀ ନେଟୱର୍କ ଡଟ୍-ଜଟ୍ ପ୍ରତିଷ୍ଠା କଲେ । ସୁଭାଶିଷଙ୍କ କହାଣୀ ପ୍ରମାଣିତ କରୁଛି , ଦୃଢ ଇଚ୍ଛାଶକ୍ତି ଓ ପରିଶ୍ରମ ଦ୍ୱାରା ଜଣେ ନିଜ ଲକ୍ଷ୍ୟରେ ପହଞ୍ଚିବା ନିଶ୍ଚିତ