ଜଣେ ଆଦର୍ଶ ଶିକ୍ଷକଙ୍କ କାହାଣୀ ; ୭ ବର୍ଷ ହେବ ୫ କିମି ପାହାଡ଼ ଚଢ଼ି ପିଲାଙ୍କୁ ପଢ଼ାଉଛନ୍ତି ପାଠ, ଖବରରେ କେନ୍ଦୁଝରର କଳେବର ସାର୍

କେନ୍ଦୁଝରର ଆଦର୍ଶ ଶିକ୍ଷକ। ୭ବର୍ଷ ହେଲେ ୫ କି.ମି ପାହାଡ଼ ଚଢୁଛନ୍ତି। ଶିକ୍ଷାଦାନ କରୁଛନ୍ତି ।ଖବରରେ କେନ୍ଦୁଝରର କଳେବର ସାର୍

Keonjhar teacher

କନକ ବ୍ୟୁରୋ: ପ୍ରତିମୁହୂର୍ତ୍ତରେ ମଣିଷ କାହାକୁ ନା କାହାକୁ ଗୁରୁ କରେ। ଆଉ ଛାତ୍ର ଜୀବନରେ ଗୁରୁଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ପବିତ୍ର ଗୁରୁଦିବସରେ ସେମିତି ଗୁରୁଙ୍କ କାହାଣୀ ...

କେନ୍ଦୁଝରର ଆଦର୍ଶ ଶିକ୍ଷକ। ୭ବର୍ଷ ହେଲେ ୫ କି.ମି ପାହାଡ଼ ଚଢୁଛନ୍ତି। ଶିକ୍ଷାଦାନ କରୁଛନ୍ତି । ଜଙ୍ଗଲ ପାହାଡ଼ି ରାସ୍ତା। ପାଦେପାଦେ ବିପଦ। ବନ୍ୟଜନ୍ତୁଙ୍କ ଭୟ। କିନ୍ତୁ ଏସବୁକୁ ଖାତିର ନାହିଁ । ଠେଙ୍ଗାଟିଏ ଧରି ଆଗକୁ ବଢ଼ନ୍ତି। ଖରା, ବର୍ଷା ଓ ଶୀତ ସବୁଦିନ ପାହାଡ଼ ଚଢ଼ି ଘଣ୍ଟାଏ ଚାଲିବା ପରେ ସ୍କୁଲରେ ପହଞ୍ଚନ୍ତି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ନିଜ ଜୀବନ ଉତ୍ସର୍ଗ କରିଛନ୍ତି। ବାଂଶପାଳ ବ୍ଲକର ଦୁର୍ଗମ ଉପର କାଦକଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କଳେବର ମହାନ୍ତ। କଳେବର ସାରଙ୍କ ଉତ୍ସର୍ଗୀକୃତ ସେବା ଜିଲ୍ଲା ପାଇଁ ଉଦାହରଣ ସୃଷ୍ଟି କରିଛି।

ଉପର କାଦକଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଦିବାସୀ ସମ୍ପ୍ରଦାୟର, ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ୧୦୧ ଜଣ ପିଲା ପଢ଼ନ୍ତି। ପାଠ ପାଇଁ ଗାଁ ବାହାରକୁ ଯିବାକୁ ପଡୁଥିବାରୁ ଅଧିକାଂଶ ପିଲାଙ୍କ ପଢ଼ାବହିରେ ଡୋରି ବନ୍ଧାହୁଏ। ହେଲେ କଳେବର ସାରଙ୍କ ପରି ଆଦର୍ଶ ଓ ଉତ୍ସର୍ଗୀକୃତ ଶିକ୍ଷକଙ୍କ ପାଇଁ ଦୀର୍ଘ ବର୍ଷ ହେବ ଛାତ୍ରଛାତ୍ରୀ ନିରନ୍ତର ଶିକ୍ଷା ପାଇପାରୁଛନ୍ତି । 

ଗାଁର ଶତାଧିକ ଲୋକେ ନିଜର ନିତିଦିନିଆ କାମ, ଭତ୍ତା, ପିଡିଏସ୍ ସାମଗ୍ରୀ, ସ୍ୱାସ୍ଥ୍ୟ ସେବା ପାଇଁ ଜଙ୍ଗଲ, ପାହାଡ ଡେଇଁ ତଳ କାଦକଳା ଯାଇଥାନ୍ତି । ନୂଆ ସରକାରଙ୍କ ସମୟରେ ଗାଁ ସମସ୍ୟାର ସମାଧାନ ଆଶା ରଖିଛନ୍ତି ଗ୍ରାମବାସୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe