ଶ୍ରୀମନ୍ଦିରରେ ରତ୍ନଭଣ୍ଡାର ବୈଷୟିକ ଟିମର ଯାଞ୍ଚ । ୨୩ ତାରିଖ ପର୍ଯ୍ୟନ୍ତ ଦିନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଯାଂଚ କରିବ ଏଏସଆଇ

Advertisment

ଏଥିସହିତ ଏନ୍ ଜି ଆର୍ ଆଇ ମୁଖ୍ୟ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜଷ୍ଟିସ ବିଶ୍ୱନାଥ ରଥଙ୍କ ସମେତ ୨୨ ଜଣିଆ ଟିମ୍ ଶ୍ରୀମନ୍ଦିର ଭିତରକୁ ଯାଇଛନ୍ତି। ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ବୈଷୟିକ ସର୍ଭେ ଚାଲିବ। ବୈଷୟିକ ଟିମ୍‌ରେ ୬ ଜଣ ରହିଛନ୍ତି।

ଏଥିସହିତ ଏନ୍ ଜି ଆର୍ ଆଇ ମୁଖ୍ୟ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜଷ୍ଟିସ ବିଶ୍ୱନାଥ ରଥଙ୍କ ସମେତ ୨୨ ଜଣିଆ ଟିମ୍ ଶ୍ରୀମନ୍ଦିର ଭିତରକୁ ଯାଇଛନ୍ତି। ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ବୈଷୟିକ ସର୍ଭେ ଚାଲିବ। ବୈଷୟିକ ଟିମ୍‌ରେ ୬ ଜଣ ରହିଛନ୍ତି।

dfgro

କନକ ବ୍ୟୁରୋ : ଶ୍ରୀମନ୍ଦିର ଭିତରେ ଏଏସଆଇର ବୈଷୟିକ ଟିମ୍। ଅପରାହ୍ଣ ୨ଟାରୁ ଆରମ୍ଭ ହୋଇଛି ରତ୍ନଭଣ୍ଡାର ବୈଷୟିକ ଯାଞ୍ଚ। ଏଥିପାଇଁ ରାଡାର, ହ୍ୟାଣ୍ଡଲର ସହିତ ଅନ୍ୟ ସବୁ ସରଞ୍ଜାମ ନେଇ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଛି ପ୍ରତ୍ନତତ୍ତ୍ବ ବିଭାଗର ବୈଷୟିକ ଯାଞ୍ଚ ଟିମ୍। ସ୍ୱତନ୍ତ୍ର ଲେଜର ସ୍କାନିଂ କରାଯିବା ପାଇଁ ସାମଗ୍ରୀ ନିଆ ଯାଇଛି। ଏଥିସହିତ ଏନ୍ ଜି ଆର୍ ଆଇ ମୁଖ୍ୟ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜଷ୍ଟିସ ବିଶ୍ୱନାଥ ରଥଙ୍କ ସମେତ ୨୨ ଜଣିଆ ଟିମ୍ ଶ୍ରୀମନ୍ଦିର ଭିତରକୁ ଯାଇଛନ୍ତି। ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ବୈଷୟିକ ସର୍ଭେ ଚାଲିବ। ବୈଷୟିକ ଟିମ୍‌ରେ ୬ ଜଣ ରହିଛନ୍ତି। ଏନ୍.ଜି. ଆର. ଆଇ ର ୩ଜଣ ବୈଜ୍ଞାନିକଙ୍କ ସମେତ ଏଏସଆଇର ୩ ଜଣ ବିଶେଷଜ୍ଞ ସାମିଲ୍ ଅଛନ୍ତି। ୨୦୦, ୪୦୦, ୯୦୦ ମେଗାହାର୍ଜ୍ ର ତିନିଟି ଆଣ୍ଟିନା ରହିଛି । ୧୦ ମିଟର ପର୍ୟ୍ୟନ୍ତ ଅନୁସନ୍ଧାନ କରିପାରିବ ଏହି ପେନିଟ୍ରେଟିଂ ସିଷ୍ଟମ। ୨୩ ତାରିଖ ପର୍ୟ୍ୟନ୍ତ ତିନି ଦିନ ଧରି ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଜିପିଆର ସର୍ଭେ । ଭିତର ରତ୍ନଭଣ୍ଡାର ମରାମତି ହେବା ପୂର୍ବରୁ ଆସିବ ଚୂଡାନ୍ତ ରିପୋର୍ଟ। ସ୍ପଷ୍ଟ ହେବ ଗୁପ୍ତ କୋଠରୀ ଓ ଗୁପ୍ତ ସୁଡ଼ଙ୍ଗ ରହସ୍ୟ । ସର୍ଭେ ଶେଷ ପର୍ୟ୍ୟନ୍ତ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe