କନକ ବ୍ୟୁରୋ: ଶ୍ରୀମନ୍ଦିରରେ ମହାପ୍ରସାଦର ଓ ଶୁଖିଲି ଭୋଗର ହେବ ମାନ ଯାଞ୍ଚ । ଏଥିସହ ଶ୍ରୀମନ୍ଦିର ଭିତରେ ବ୍ୟବହାର କରାଯାଉଥିବା ଭୋଗ ସଂପର୍କୀତ ସାମଗ୍ରୀ ଏବଂ ଘିଅର ମଧ୍ୟ ଶୁଦ୍ଧତା ତଦାରଖ କରାଯିବ । ଏଥିପାଇଁ ନିଯୁକ୍ତ ହେବେ ଫୁଡ ଅଫିସର । ଏନେଇ ଖୁବଶୀଘ୍ର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି । ବିଶେଷ କରି ଭୋଗର ମାନ ଏବଂ ଏଥିରେ ବ୍ୟବହୃତ ସମଗ୍ର ସାମଗ୍ରୀ ବାବଦରେ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶନାମା ରହିବ । ଶ୍ରୀମନ୍ଦିର ଭିତରକୁ ଯେପରି ଅଶୁଦ୍ଧ ସାମଗ୍ରୀ ନଯିବ ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେବାକୁ ଯାଉଛନ୍ତି ବୋଲି ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
ଶ୍ରୀମନ୍ଦିର ମହାପ୍ରସାଦ ଓ ଶୁଖିଲି ଭୋଗର ହେବ ମାନ ଯାଞ୍ଚ: ନିଯୁକ୍ତ ହେବେ ଫୁଡ ଅଫିସର
ଶ୍ରୀମନ୍ଦିରରେ ମହାପ୍ରସାଦର ଓ ଶୁଖିଲି ଭୋଗର ହେବ ମାନ ଯାଞ୍ଚ । ଏଥିସହ ଶ୍ରୀମନ୍ଦିର ଭିତରେ ବ୍ୟବହାର କରାଯାଉଥିବା ଭୋଗ ସଂପର୍କୀତ ସାମଗ୍ରୀ ଏବଂ ଘିଅର ମଧ୍ୟ ଶୁଦ୍ଧତା ତଦାରଖ କରାଯିବ ।