କନକ ବ୍ୟୁରୋ : ରୋଗୀ ରଖୁନି କ୍ୟାପିଟାଲ ହସପିଟାଲ । କ୍ୟାପିଟାଲ ହସ୍ପିଟାଲରୁ ରୋଗୀଙ୍କୁ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଉଛି । ରୋଗୀ ସେବା ପାଇଁ ନର୍ସ ନଥିବାରୁ ଫେରିଯାଇଛନ୍ତି ରୋଗୀ । କ୍ୟାପିଟାଲ ହସ୍ପିଟାଲରେ ୧୮୧ ଜଣ ନର୍ସଙ୍କ ଜାଗାରେ ୫୦ ଜଣ ଆଉଟ୍ ସୋର୍ଶିଂ ନର୍ସ କାମ କରୁଛନ୍ତି ଫାର୍ମାସିଷ୍ଟ ଓ ଟ୍ରେନି ନର୍ସକୁ ନେଇ ଚାଲିଛି କ୍ୟାପିଟାଲ ହସ୍ପିଟାଲରେ ରୋଗୀ ସେବା । ଏମରଜେନ୍ସି ଓଟିକୁ ବାଦ୍ ଦେଲେ ଇଲେକ୍ଟିଭ ଓଟି ବନ୍ଦ୍ ରହିଛି

Advertisment

ଗୁରୁତର ରୋଗୀଙ୍କୁ ଘରୋଇ ଡ଼ାକ୍ତରଖାନାକୁ ରେଫର୍ କରିଦିଆଉଥିବା କ୍ୟାପିଟାଲ ହସ୍ପିଟାଲ ଉପଅଧିକ୍ଷକ କହିଛନ୍ତି । ଆଜିଠୁ ଓଡ଼ିଶା ନର୍ସିଂ ସଂଘର ଅନିର୍ଦ୍ଧିଷ୍ଟ କାଳ ଯାଏଁ ଅହୋରାତ୍ର ଧାରଣା । ରାଜ୍ୟବ୍ୟାପୀ ନର୍ସିଂ କର୍ମଚାରୀ ସିରିଞ୍ଜ ଛାଡ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଆଜିଠୁ ଅହୋରାତ୍ର ଧାରଣା ଦେବେ