କନକ ବ୍ୟୁରୋ: ଆତଙ୍କୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସ୍ଥିତି ଜଟିଳ ହେବାରେ ଲାଗିଛି । ପାକିସ୍ତାନରେ ଥିବା ଭାରତୀୟଙ୍କୁ ନିଜ ଦେଶକୁ ପଳାଇ ଆସିବାକୁ କହିବା ସହ ଭାରତରେ ଥିବା ପାକିସ୍ତାନୀଙ୍କୁ ଯଥାଶୀଘ୍ର ଭାରତ ଛାଡି ପାକିସ୍ତାନ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଏହା ଭିତରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ ଯାହା ଆପଣଙ୍କୁ ବି ଭାବବିହ୍ବଳ କରିବ ।
୧୧ ବର୍ଷର ଜୈନବ ଓ ୮ ବର୍ଷର ଝିଅ ଜେନିଶ ଭାରତରେ ରହୁଥିବା ନିଜ ଆଈଙ୍କୁ ଦେଖିବାକୁ ଦିଲ୍ଲୀ ଆସିଥିଲେ । ହେଲେ ଏବେ ପରିସ୍ଥିତି ଏଭଳି ଯେ , ନିଜ ମାଆଙ୍କୁ ଭାରତରେ ଛାଡି ପାକିସ୍ତାନ ଫେରିବାକୁ ପଡୁଛି ଏହି ଦୁଇ ଛୋଟଛୋଟ ପିଲାଙ୍କୁ । କାରଣ ମାଙ୍କ ପାଖରେ ଅଛି ଭାରତୀୟ ପାସପୋର୍ଟ । ହେଲେ ଦୁଇ ପିଲା ହେଉଛନ୍ତି ପାକିସ୍ତାନ ନାଗରିକ । ହେଲେ ମାଆଙ୍କୁ ଭାରତରେ ଛାଡି କେମିତି ଯିବେ, କେମିତି ମାଆ ବିନା ଏତେ ଦୂରରେ ରହିବେ? ଏହା କହି କାନ୍ଦି ପକାଉଛନ୍ତି ଦୁଇ ପିଲା, ଯାହା ସେଠିକାର ଲୋକଙ୍କ ଆଖି ଓଦା କରିଦେଇଥିଲା ।