କନକ ବ୍ୟୁରୋ: ତେଲକୋଇ ବନାଞ୍ଚଳ ଠେଙ୍ଗିରି ତଇଲା ଜଙ୍ଗଲରେ ବୁଲୁଛି ଗୁଳିବିଦ୍ଧ ମାଇହାତୀ । କିଛି ଦିନ ଧରି ହାତୀଟି ଏଣେତେଣେ ବୁଲୁଥିବା ବେଳେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି । ହାତୀଟିର ଆଗ ବାମ ଗୋଡ଼ ଓ ପଛ ଡାହାଣ ଗୋଡରେ ଆଘାତ ଲାଗିଛି । କେହି ଶିକାରୀ ହାତୀଦାନ୍ତ ଚୋରି ଉଦ୍ଦେଶ୍ୟରେ ହାତୀକୁ ଗୁଳି କରିଥିବା ସନ୍ଦେହ କରୁଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ଆହତ ହାତୀଟି ଉପରେ ନଜର ରଖିଛନ୍ତି ବନବିଭାଗ ଅଧିକାରୀ । ତେବେ ବର୍ତ୍ତମାନ ସୁଦ୍ଧା ହାତୀଟିର ଚିକିତ୍ସା ଆରମ୍ଭ ହୋଇନାହିଁ । ଫଳରେ ତା ଅବସ୍ଥା ସଙ୍କଟାପନ୍ନ ଆଡ଼କୁ ଗତି କରୁଛି । ଗୋଟିଏ ପଟେ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବାକୁ ବନ ବିଭାଗ ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ବେଳେ କେମିତି ହାତୀଟି ଗୁଳିବିଦ୍ଧ ହେଲା ତାକୁ ନେଇ ପ୍ରଶ୍ନ ଉଠିଛି ।
- ହାତୀଟିକୁ କିଏ ଓ କାହିଁକି ଗୁଳି କରିଛି?
- ହାତୀ ଦାନ୍ତ ଚୋରି ଶିକାରୀଙ୍କ ଉଦ୍ଦେଶ୍ୟ ନୁହେଁ ତ?
- ବନବିଭାଗ ପକ୍ଷରୁ କରାଯାଉନି କି ପାଟ୍ରୋଲିଂ?
- ଆହତ ହାତୀର କେବେ କରାଯିବ ଚିକିତ୍ସା?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/09/29/23-elephant-2025-09-29-10-42-04.jpg)