କନକ ବ୍ୟୁରୋ : ଅମାନବୀୟ ଢଙ୍ଗରେ ଶ୍ରମିକ ପରିବହନ । ୧୧୬ ଜଣ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍‌କୁ ଧରିଲା ପରିବହନ ବିଭାଗ । ମାଲକାନଗିରି ୩୨୬ ନମ୍ବର ଜାତୀୟ ରାଜପଥ ଏମ୍‌ଭି-୧୬ ଗାଁରେ ଶ୍ରମିକ ବୋଝେଇ ବସ୍‌କୁ ପରିବହନ ବିଭାଗ ଅଟକାଇଥିଲା । ଶ୍ରୀବାଲାଜୀ ବସକୁ ଅଟକାଇ ତଣ୍ଡ ଆଦାୟ କରାଯାଇଛି । ଶ୍ରୀବାଲାଜୀ ବସ୍‌ରେ ହାଇଦ୍ରାବାଦରୁ ଜୁନାଗଡ଼କୁ ଶ୍ରମିକଙ୍କୁ ନିଆଯାଉଥିଲା ।

Advertisment

ଗତ ସୋମବାର ବିଜାଘାଟିରେ ଶ୍ରୀବାଲାଜୀ ନାମକ ବସ ଦୁର୍ଗଘଟଣାଗ୍ରସ୍ତ ହୋଇଥିଲା । ଏହା ପରେ ବି ଚେତିଲେନି ବସ୍‌ ମାଲିକ । ପୁଣି ଥରେ କ୍ଷମତାଠାରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ପରିବହନ ବିଭାଗ ଅଟକାଇଛି ।