କନକ ବ୍ୟୁରୋ: ଅଢେଇ ବର୍ଷରୁ ଅଧିକ ସମୟ ଧରି ଚାଲିଆସୁଥିବା ରୁଷ-ୟୁକ୍ରେନ ଯୁଦ୍ଧ ଏବେ ନୂଆ ମୋଡ଼ରେ ପହଁଚିଛି। ରୁଷ ସହିତ ଯୁଦ୍ଧ ବନ୍ଦ କରିବାକୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ରାଜି ହୋଇଛନ୍ତି। ଅନ୍ତର୍ଜାତୀୟ ଗଣମାଧ୍ୟମ ଟେଲିଗ୍ରାଫକୁ ସାକ୍ଷାତକାର ସମୟରେ ଯୁଦ୍ଧବିରତି ନେଇ ଜେଲେନସ୍କି ସୂଚନା ଦେଇଛନ୍ତି। ଦରକାର ପଡ଼ିଲେ ଯୁଦ୍ଧ ବନ୍ଦ କରିବାକୁ ରୁଷର ଯେଉଁ ଅଞ୍ଚଳକୁ ଅଧିକୃତ କରାଯାଇଥିଲା ତାକୁ ୟୁକ୍ରେନ ଫେରାଇଦେବ। ଏଥିପାଇଁ ନାଟୋ ପକ୍ଷରୁ କୁଟନୈତିକ ସ୍ତରରେ ଆଲୋଚନା କରାଯିବା ଉଚିତ ବୋଲି ସେ ଦାବି କରିଛନ୍ତି। ୟୁକ୍ରେନ ଅଧିକୃତ କରିଥିବା ଅଞ୍ଚଳ ଛାଡ଼ିଦେଲେ ରୁଷ ସେନା ମଧ୍ୟ ପଛକୁ ହଟିଯାଉ, ଏମିତି ହେଲେ ଆପେ ଆପେ ଯୁଦ୍ଧ ସ୍ଥିତି ସ୍ବଭାବିକ ହେବ ବୋଲି ସେ କହିଛନ୍ତି।
ଏପଟେ କିନ୍ତୁ ମଧ୍ୟପ୍ରାଚ୍ୟରେ ଥମୁନି ବିଦ୍ରୋହ । ଇସ୍ରାଏଲ ଓ ଲେବାନନ ପରେ ଏବେ ସିରିଆରେ ଦେଖାଦେଇଛି ଗୃହଯୁଦ୍ଧ । ସିରିଆର ସବୁଠାରୁ ବଡ଼ ବାଣିଜ୍ୟିକ ସହର ଆଲେପ୍ପୋକୁ ନିଜ କବଜାକୁ ନେଇଛନ୍ତି ବିଦ୍ରୋହୀ ସଂଗଠନ । କୁହାଯାଉଛି ୨୦୧୬ ପରେ ଏହା ସିରିଆ ଉପରେ ସବୁଠାରୁ ଘାତକ ଆକ୍ରମଣ । ରୁଷିଓ ଓ ଇରାନର ହସ୍ତକ୍ଷେପରୁ ୨୦୧୬ରେ ଏଠାରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ଯାହା ଏବେ ପୁଣି ବିଗିଡିଯାଇଛି । ସିରିଆରେ ବିଦ୍ରୋହୀ ସଂଗଠନ ହୟାତ ତହରୀର ଅଲ୍-ଶାମ ଏହି ଆକ୍ରମଣର ନେତୃତ୍ବ ନେଇଥିବା ଜଣାପଡିଛି । ହଜାର ହଜାର ବନ୍ଧୁକଧାରୀ ସଦସ୍ୟ ଆଲେପ୍ପୋ ସହର ଭିତରକୁ ପଶି ଲୋକଙ୍କୁ ଭୟଭୀତ କରିଥିଲେ । ଏଥିସହିତ ସହରର ଗରୁତ୍ବପୂର୍ଣ୍ଣ ସ୍ଥାନ ଗୁଡିକୁ ନିଜ ନିୟନ୍ତ୍ରଣକୁ ଆଣିଥିଲେ। ସ୍ଥିତିକୁ ନେଇ ବର୍ତ୍ତମାନ ଚିନ୍ତାରେ ଅଛନ୍ତି ସିରିଆ ସରକାର । କୁହାଯାଉଛି ୟୁକ୍ରେନ-ରୁଷ ଯୁଦ୍ଧ ଓ ଇରାନର କମ ପଡୁଥିବା ପ୍ରଭାବ ପାଇଁ ବିଦ୍ରୋହୀ ଗୋଷ୍ଠୀ ଶକ୍ତିଶାଳୀ ହୋଇଉଠିଛନ୍ତି । ଫଳରେ ସିରିଆରେ ଏବେ ଗୃହଯୁଦ୍ଧ ପରିସ୍ଥିତି ଦେଖାଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2024/11/30/tL9tK0jzXU4DUG5SQBnd.jpg)