କନକ ବ୍ୟୁରୋ: ବାତ୍ୟା ଲ୍ୟାଣ୍ଡଫଲ୍ କଲା, ବିମାନ ଚଳାଚଳ ସ୍ୱାଭାବିକ ହେଲା । ଶୁକ୍ରବାର ବାତ୍ୟା ଦାନା ଲ୍ୟାଣ୍ଡଫଲ କରିବା ପରେ ଭୁବନେଶ୍ୱରରେ ବିମାନ ଚଳାଚଳ ସ୍ୱାଭାବିକ ହେବା ନେଇ ଖବର ଆସିଛି । ସକାଳ ୮ଟାରୁ ବିମାନ ଚଳାଚଳ ପୂର୍ବଭଳି ସ୍ୱାଭାବିକ ହେବା ନେଇ ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ତେବେ ବାତ୍ୟା ଦାନା ପାଇଁ ଗତକାଲି ସନ୍ଧ୍ୟା ୫ଟାରୁ ବନ୍ଦ ଥିଲା ବିମାନ ଚଳାଚଳ । ହେଲେ ବାତ୍ୟା ଲ୍ୟାଣ୍ଡଫଲ୍ କରିବା ପରେ ଏବେ ଧାର୍ୟ୍ୟ ସମୟର ଏକ ଘଣ୍ଟା ପୂର୍ବରୁ ବିମାନ ଚଳାଚଳ ସ୍ୱାଭାବିକ ହେବା ନେଇ ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ଭୀଷଣ ରୂପ ଧରି ସ୍ଥଳଭାଗ ଛୁଇଁଛି ବାତ୍ୟା ଦାନା, ଉପକୂଳରେ ରଚିଛି ତାଣ୍ଡବ ଲୀଲା। କେନ୍ଦ୍ରାପଡ଼ା ଭିତରକନିକା ନେଚର ପାର୍କ ହବାଳିଖଟି ନିକଟରେ ଲ୍ୟାଣ୍ଡଫଲ୍ କରିଛି ବାତ୍ୟାର କେନ୍ଦ୍ରସ୍ଥଳ। ମଧ୍ୟରାତ୍ରି ପ୍ରାୟ ସାଢେ ଗୋଟାଏରୁ ସାଢେ ୩ଟା ମଧ୍ୟରେ ସ୍ଥଳଭାଗ ଛୁଇଁଥିଲା ବାତ୍ୟା। ୫ ଧରି ପ୍ରବଳ ବର୍ଷା ପବନ ଲାଗିରହିଥିଲା।
ଆଜି ସକାଳ ୮ଟାରୁ ସ୍ୱାଭାବିକ ହେବ ବିମାନ ଚଳାଚଳ
— Kanak News (@kanak_news) October 25, 2024
ବାତ୍ୟା ଦାନା ପାଇଁ ବନ୍ଦ ଥିଲା ବିମାନ ଚଳାଚଳ
ଗତକାଲି ସନ୍ଧ୍ୟା ୫ଟାରୁ ବନ୍ଦ ଥିଲା ବିମାନ ଚଳାଚଳ
ସୂଚନା ଦେଲେ ବିମାନବନ୍ଦର ନିର୍ଦ୍ଦେଶକ #Cyclone#CycloneDana#CycloneUpdate#Odisha#KanakNewspic.twitter.com/8xSiMj7zad
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2024/10/25/knfzXTvPZklmEtpK0lM2.jpg)