କନକ ବ୍ୟୁରୋ:  ରାଉରକେଲାରୁ ପୁଣି ମିଳିଲା ବିପୁଳ ପରିମାଣର ବିସ୍ଫୋରକ । ରଘୁନାଥ ପଲ୍ଲୀ ଥାନା ଦେଓଗାଁ ସାରୁଆ ଟୋଲାରୁ ଜବତ ହେଲା ୩୦୦ ପେଟି ମେଗା ପ୍ରାଇମ ବ୍ରାଣ୍ଡ ଏକ୍ସପ୍ଲୋସିଭ୍ । ଜବତ ବିସ୍ଫୋରକ ଗାଡ଼ି, ଗିରଫ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲଙ୍କ ହୋଇଥିବା ସୂଚନା । ଶ୍ରବଣ ଅଗ୍ରୱାଲ ଗିରଫ ହେବା ପରେ, ତନାଘନା ଆରମ୍ଭ କରିଛି  ପୁଲିସ । ଗିରଫ ପରେ ଶ୍ରବଣ ଅଗ୍ରୱାଲଙ୍କୁ କୋର୍ଟରେ ହାଜର କରିଛି ଏସ୍‌ଟିଏଫ। ଗତ ୨୭ ତାରିଖ ଦିନ ମାଓବାଦୀ ଲୁଟିନେଇଥିବା ବିସ୍ଫୋରକ ଭର୍ତ୍ତି ଭ୍ୟାନ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସୂଚନା ଅନୁସାରେ ରଘୁନାଥ ପଲ୍ଲୀ ଥାନା ଚୋରା ଟୋଲା ନିକଟରେ ଲୁଚାଇ ରଖିଥିବା ଏକ ବିସ୍ଫୋରକ ଭର୍ତି ଭ୍ୟାନକୁ ଜବତ କରିଛି ଏସଟିଏଫ ଟିମ୍ ।  

Advertisment

ଏସବୁ ବିସ୍ଫୋରକ କେଉଁଠିକୁ ଯାଉଥିଲା? କେଉଁ ଉଦ୍ଦେଶ୍ୟରେ ଏଇ ବିସ୍ଫୋରକ ଲୁଚା ଯାଇଥିଲା? ଏନେଇ କୌଣସି ସ୍ପଷ୍ଟ ଉତ୍ତର ମିଳି ପାରିନଥିବା ବେଳେ ଏସବୁ ବିସ୍ଫୋରକ ଶ୍ରବଣ ଅଗ୍ରୱାଲଙ୍କର ବୋଲି ଜଣାପଡ଼ିଛି । ସେପଟେ ନକ୍ସଲ ଲୁଟ କରୁଥିବା ବିସ୍ଫୋରକ ଭର୍ତ୍ତି ଭ୍ୟାନ ଲୁଟ ଘଟଣାରେ ଗୋଦାମ ମାଲିକ ଶ୍ରାବଣ ଅଗ୍ରୱାଲଙ୍କ କିଛି ସମ୍ପୃକ୍ତି ଅଛି କି ନାହିଁ ସେନେଇ ଖୋଳତାଡ଼ ଚାଲିଛି । ସେପଟେ ଏନେଇ ଆମେ ଉଚ୍ଚ ନ୍ୟାୟାଳୟକୁ ଯିବୁ ବୋଲି କହିଛନ୍ତି ଶ୍ରବଣ ଅଗ୍ରୱାଲଙ୍କ ଓକିଲ ।