କନକ ବ୍ୟୁରୋ :ତେଲଙ୍ଗାନାରେ କ୍ଷମତାସୀନ କଂଗ୍ରେସରେ ସବୁ ଠିକଠାକ୍ ଚାଲିଛି ତ? ଦଳରେ ଅଛି କି ଅନ୍ତଃକନ୍ଦଳ? ତାହା ଧୀରେ ଧୀରେ ବିସ୍ଫୋରକ ରୂପ ଧାରଣ କରିବାକୁ ଯାଉଛି କି? ଦଳର ୧୦ ଜଣ ବିଧାୟକ ଏକ ଗୁପ୍ତ ବୈଠକ କରିବା ପରେ ଉଠିଛି ଏହି ପ୍ରଶ୍ନ । ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ବିଧାନ ପରିଷଦ ବା ଏମଏଲସି ନିର୍ବାଚନ ପୂର୍ବରୁ ଏହି ପ୍ରସଙ୍ଗ ଉଠିଥିବାରୁ ଦଳୀୟ ନେତୃତ୍ୱଙ୍କ ପାଇଁ ଏହା ଚିନ୍ତାରକାରଣ ହୋଇପାରେ । ହାଇଦ୍ରାବାଦ ସହର ଉପକଣ୍ଠରେ ଥିବା ବିଧାୟକ ଅନିରୁଦ୍ଧ ରେଡ୍ଡୀଙ୍କ ଘରେ ବସିଥିଲା ଏହି ଗୁପ୍ତ ବୈଠକ । ଏହି ବୈଠକରେ ଅନିରୁଦ୍ଧଙ୍କ ସହିତ ନୈନୀ ରାଜେନ୍ଦ୍ର ରେଡ୍ଡୀ, ଭୂପତି ରେଡ୍ଡୀ, ୱାଇ ଶ୍ରୀନିବାସ ରେଡ୍ଡୀ, ମୁରଲୀ ନାଏକ, କେ ରାଜେଶ ରେଡ୍ଡୀ, ସଞ୍ଜୀବ ରେଡ୍ଡୀ, ଲକ୍ଷ୍ମୀକାନ୍ତ ରାଓ, ଡି ମାଧବ ରେଡ୍ଡୀ ଓ ବୀର୍ଲା ଇଲିୟାହ ଉପସ୍ଥିତ ଥିଲେ । ଏହି ବୈଠକରେ ବିଶେଷ କରି ଦୁଇ ଜଣ ମନ୍ତ୍ରୀଙ୍କ ବିଷୟରେ ଆଲୋଚନା ହୋଇଥିଲା ବୋଲି ଜଣାପଡ଼ିଛି ।
ଏହି ଦୁଇ ମନ୍ତ୍ରୀ ଠିକା କାମ ପାଇଁ ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇଛି । ବିଶେଷ କରି ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ପି ଶ୍ରୀନିବାସ ରେଡ୍ଡୀଙ୍କ ବିରୋଧରେ ଏହି ବିଧାୟକମାନେ ଅଧିକ ଅସନ୍ତୋଷ ଝାଡ଼ିଥିଲେ । ଦଳର ଆହୁରି ଅନେକ ବିଧାୟକ ମଧ୍ୟ ତାଙ୍କ ବିରୋଧରେ ଥିବା ଏହି ବୈଠକରେ ଆଲୋଚନା ହୋଇଥିଲା । ଦଳର ୧୦ ବିଧାୟକଙ୍କ ରୁଦ୍ଧଦ୍ୱାର ବୈଠକକୁ ଗୁରୁତ୍ୱର ସହିତ ନେଇଛନ୍ତି ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ । କୌଣସି ପ୍ରକାର ଗୁପ୍ତ ବୈଠକ ନକରିବାକୁ ଦଳର ବିଧାୟକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ରେବନ୍ଥରେଡ୍ଡୀ । ଏଭଳି ବୈଠକର ନକାରାତ୍ମକ ପ୍ରଭାବକୁ ଗୁରୁତ୍ୱ ଦେଇ ଏହି ପ୍ରକାର କାର୍ୟ୍ୟକଳାପରୁ ଦୂରେଇ ରହିବାକୁ ସେ ନିଜ ବିଧାୟକମାନଙ୍କୁ ପରାମର୍ଶ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/02/03/mV0Je13ctbTnKQz3WPtA.jpg)