ବିଜେଡିରେ ଫାଟ ଜଳଜଳ: ଶ୍ରୀମୟୀ ଓ ପ୍ରଫୁଲ୍ଲଙ୍କ ସପକ୍ଷରେ ଦେବାଶିଷ, ନବୀନଙ୍କ ନିଷ୍ପତ୍ତି ନେଇ ଉଠାଇଲେ ପ୍ରଶ୍ନ

Advertisment

ବିଜେଡିରେ ପୁଣି ଦେବାଶିଷଙ୍କ ବିସ୍ଫୋରଣ । ଶ୍ରୀମୟୀ ଓ ଭାସ୍କରଙ୍କ ସପକ୍ଷରେ ବାହାରିଲେ । କହିଲେ, ତାଙ୍କ ପ୍ରତି ଦଳ କରିଛି ଅବିଚାର । ପ୍ରଫୁଲଙ୍କ ସମ୍ପର୍କରେ ନବୀନଙ୍କ ନିଷ୍ପତ୍ତିକୁ ନେଇ ଉଠାଇଲେ ପ୍ରଶ୍ନ । ରାଜ୍ୟସଭା ସାଂସଦଙ୍କୁ ପ୍ରମିଳା ପଢାଇଲେ ଶୃଙ୍ଖଳାର ପାଠ ।   

ବିଜେଡିରେ ପୁଣି ଦେବାଶିଷଙ୍କ ବିସ୍ଫୋରଣ । ଶ୍ରୀମୟୀ ଓ ଭାସ୍କରଙ୍କ ସପକ୍ଷରେ ବାହାରିଲେ । କହିଲେ, ତାଙ୍କ ପ୍ରତି ଦଳ କରିଛି ଅବିଚାର । ପ୍ରଫୁଲଙ୍କ ସମ୍ପର୍କରେ ନବୀନଙ୍କ ନିଷ୍ପତ୍ତିକୁ ନେଇ ଉଠାଇଲେ ପ୍ରଶ୍ନ । ରାଜ୍ୟସଭା ସାଂସଦଙ୍କୁ ପ୍ରମିଳା ପଢାଇଲେ ଶୃଙ୍ଖଳାର ପାଠ ।   

64-Naveen Patnaik Debasish

କନକ ବ୍ୟୁରୋ: ବିଜେଡିରେ ଏବେ ଉଗ୍ର ହେଲାଣି କନ୍ଦଳ । ପୁଣିଥରେ ବାଣ ମାରିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ନିଲମ୍ବିତ ନେତା ପ୍ରଫୁଲ୍ଲ ମଲ୍ଲିକଙ୍କ ସମର୍ଥନରେ ବାହାରି ନବୀନଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟପଟେ ପ୍ରମିଳା ଚେତାଇ ଦେଇ କହିଛନ୍ତି, ବିଜେଡିରେ ବିଶୃଙ୍ଖଳାକାରୀଙ୍କ ସ୍ଥାନ ନାହିଁ । 

ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି । ନିଇତି କିଏ ନା କିଏ ବୁଲେଇ ବଙ୍କେଇ କ୍ଷମତାକେନ୍ଦ୍ରକୁ ମାରୁଛନ୍ତି ବାଣ । ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ ଏହି ରାସ୍ତା ଆପଣାଇ ଦଳରୁ ନିଲମ୍ବିତ ହୋଇଛନ୍ତି । ଏବେ ଶ୍ରୀମୟୀଙ୍କ ସୋସିଆଲ ମିଡିଆ ପୋଷ୍ଟ ବିଜେଡିକୁ ଅକଳରେ ପକାଇଛି । ଶ୍ରୀମୟୀଙ୍କୁ ମଧ୍ୟ ଦଳର ଜୁନିୟର ନେତା କଟାକ୍ଷ କରୁଛନ୍ତି । ଠିକ୍ ଏତିକିବେଳେ ଏଣ୍ଟ୍ରି ମାରିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ସିଧାସଳଖ କହିଛନ୍ତି, ଶ୍ରୀମୟୀଙ୍କ ପ୍ରତି ଦଳ ଅବିଚାର କରିଛି । ନବୀନଙ୍କ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ଭୁଲ ଥିଲା । ପ୍ରଫୁଲ୍ଲଙ୍କ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ଗ୍ରହଣ କରିପାରିନାହାନ୍ତି । ଭାସ୍କର ରାଓଙ୍କ କଥା ମଧ୍ୟ ଉଠାଇ ବର୍ଷିଛନ୍ତି ଦେବାଶିଷ ।   

ଦେବାଶିଷ ଦଳର ଶୀର୍ଷ ନେତୃତ୍ୱଙ୍କୁ ସିଧା ନିଶାନା କରିବା ପରେ ଚିହିଁକି ଉଠିଛନ୍ତି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ । କହିଛନ୍ତି, ବିଶୃଙ୍ଖଳାକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ନେଲେ ଦଳରେ ଅଧିକ ବିଶୃଙ୍ଖଳା ବଢ଼ିବ । ଦଳର ସଭାପତି ଠିକ୍ ନିଷ୍ପତ୍ତି ନେଇଛନ୍ତି । ପଦପଦବୀ ଉପଭୋଗ କରି ଦଳ ବିରୋଧରେ ବୟାନବାଜି ଗ୍ରହଣୀୟ ନୁହେଁ । ଶୃଙ୍ଖଳା କମିଟି ନିଷ୍ପତ୍ତି ନେବ । ଅଘୋଷିତ ସର୍ବେସର୍ବାଙ୍କୁ ନେଇ ବିଜେଡିରେ ବଢ଼ିଚାଲିଛି ଅସନ୍ତୋଷ । ପ୍ରତିଦିନ ଦଳୀୟ ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଉଗ୍ର ହେଉଛି । କର୍ମୀ ବିଶ୍ବାସ ହରାଉଥିବା ବେଳେ ଦଳ କିଭଳି ସଙ୍ଗଠିତ ହୋଇ ରହିବ ତାହା ନବୀନଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe