ଚଳନ୍ତା ଆମ୍ବୁଲାନ୍ସରେ ଲାଗିଲା ନିଆଁ : ଚାହୁଁ ଚାହୁଁ ହୁତୁ ହୁତୁ ହୋଇ ଜଳିଗଲା ଗାଡ଼ି

Advertisment

ଅଗ୍ନି ନିର୍ବାପକ ଯନ୍ତ୍ର ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଧୀରେ ଧୀରେ ନିଆଁ ଗାଡ଼ିର ବିଭିନ୍ନ ଭାଗରେ ବ୍ୟାପିବାରେ ଲାଗିଥିଲା ।

ଅଗ୍ନି ନିର୍ବାପକ ଯନ୍ତ୍ର ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଧୀରେ ଧୀରେ ନିଆଁ ଗାଡ଼ିର ବିଭିନ୍ନ ଭାଗରେ ବ୍ୟାପିବାରେ ଲାଗିଥିଲା ।

ambulance

ambulance Photograph: (KanakNews)

କନକ ବ୍ୟୁରୋ : ରାସ୍ତାରେ ଗଡୁଥିଲା ୧୦୮ ଆମ୍ବୁଲାନ୍ସ । ହଠାତ ଲାଗିଲା ନିଆଁ । କିଛି ବୁଝିବା ପୂର୍ବରୁ ସମ୍ପୂର୍ଣ୍ଣ ଜଳିଗଲା ଆମ୍ବୁଲାନ୍ସ । ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଆୟତପୁର ନିକଟରେ ଜଳିଯାଇଛି ଆମ୍ବୁଲାନ୍ସ । ଗାଡ଼ି ଗଡୁଥିବା ସମୟରେ ହଠାତ ବ୍ୟାଟେରୀ ପାଖରେ ନିଆଁ ଜଳୁଥିବାର ଦେଖିବାକୁ ପାଇଥିଲେ ଡ୍ରାଇଭର । ଅଗ୍ନି ନିର୍ବାପକ ଯନ୍ତ୍ର ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଧୀରେ ଧୀରେ ନିଆଁ ଗାଡ଼ିର ବିଭିନ୍ନ ଭାଗରେ ବ୍ୟାପିବାରେ ଲାଗିଥିଲା । ଜୀବନ ବଞ୍ଚାଇ ଆମ୍ବୁଲାନ୍ସରୁ ଓହ୍ଲାଇ ଆସିଥିଲେ ଗାଡ଼ିର ୩ ଜଣ କର୍ମଚାରୀ । କିଛି ମୁହୂର୍ତ୍ତ ଭିତରେ ଗାଡ଼ିଟି ସମ୍ପୂର୍ଣ୍ଣ ଜଳିଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe