କନକ ବ୍ୟୁରୋ : ରାସ୍ତାରେ ଗଡୁଥିଲା ୧୦୮ ଆମ୍ବୁଲାନ୍ସ । ହଠାତ ଲାଗିଲା ନିଆଁ । କିଛି ବୁଝିବା ପୂର୍ବରୁ ସମ୍ପୂର୍ଣ୍ଣ ଜଳିଗଲା ଆମ୍ବୁଲାନ୍ସ । ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଆୟତପୁର ନିକଟରେ ଜଳିଯାଇଛି ଆମ୍ବୁଲାନ୍ସ । ଗାଡ଼ି ଗଡୁଥିବା ସମୟରେ ହଠାତ ବ୍ୟାଟେରୀ ପାଖରେ ନିଆଁ ଜଳୁଥିବାର ଦେଖିବାକୁ ପାଇଥିଲେ ଡ୍ରାଇଭର । ଅଗ୍ନି ନିର୍ବାପକ ଯନ୍ତ୍ର ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଧୀରେ ଧୀରେ ନିଆଁ ଗାଡ଼ିର ବିଭିନ୍ନ ଭାଗରେ ବ୍ୟାପିବାରେ ଲାଗିଥିଲା । ଜୀବନ ବଞ୍ଚାଇ ଆମ୍ବୁଲାନ୍ସରୁ ଓହ୍ଲାଇ ଆସିଥିଲେ ଗାଡ଼ିର ୩ ଜଣ କର୍ମଚାରୀ । କିଛି ମୁହୂର୍ତ୍ତ ଭିତରେ ଗାଡ଼ିଟି ସମ୍ପୂର୍ଣ୍ଣ ଜଳିଯାଇଥିଲା ।
ଚଳନ୍ତା ଆମ୍ବୁଲାନ୍ସରେ ଲାଗିଲା ନିଆଁ : ଚାହୁଁ ଚାହୁଁ ହୁତୁ ହୁତୁ ହୋଇ ଜଳିଗଲା ଗାଡ଼ି
ଅଗ୍ନି ନିର୍ବାପକ ଯନ୍ତ୍ର ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଧୀରେ ଧୀରେ ନିଆଁ ଗାଡ଼ିର ବିଭିନ୍ନ ଭାଗରେ ବ୍ୟାପିବାରେ ଲାଗିଥିଲା ।
/kanak/media/media_files/2025/08/12/ambulance-2025-08-12-10-00-43.jpg)