କନକ ବ୍ୟୁରୋ :  ଗଞ୍ଜାମ ଜିଲ୍ଲାରେ ବଢ଼ିଛି ଶିଶୁ ମୃତ୍ୟୁହାର । ମା’ ବଞ୍ଚିଲେ ଛୁଆ ବଞ୍ଚି ପାରୁନି । ଛୁଆ ବଞ୍ଚିଲେ ମା’ ଦୁନିଆ ଦେଖିପାରୁନି । ଘର ହେଉ କି ଡାକ୍ତରଖାନା, ଶହଶହ ମାଆ ଓ ଛୁଆଙ୍କ ଜୀବନ ଚାଲିଯାଉଛି । ଅପରିପକ୍ବ ଗର୍ଭଧାରଣ, ରକ୍ତହୀନତା ସହ ପୁଷ୍ଟିହୀନତା ଶିଶୁମୃତ୍ୟୁର ପ୍ରମୁଖ କାରଣ ସାଜିଛି । ଗଞ୍ଜାମ ଜିଲ୍ଲାରେ ମାତୃ ମୃତ୍ୟୁହାର କମିବା ଯେତିକି ଆଶ୍ବସ୍ତି ଆଣିଛି, ଶିଶୁ ମୃତ୍ୟୁହାର ଗତ ୫ବର୍ଷରେ ୨ ଗୁଣା ବଢ଼ିବା ଅଧିକ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି । ପ୍ରତି ମାସ ୯ରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ବ ଅଭିଯାନ ଦିବସ ପାଳନ ହେଉଛି । ଜନନୀ ସୁରକ୍ଷା ଯୋଜନାରେ ଡାକ୍ତରଖାନାରେ ପ୍ରସବ କରାଇଲେ ଟଙ୍କା ମିଳୁଛି । ଗ୍ରାମାଞ୍ଚଳରେ ୧୪୦୦ ଓ ସହରାଞ୍ଚଳରେ ୧୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି । ତଥାପି ଶିଶୁ ମୃତ୍ୟୁହାର ବଢ଼ିବା ଚିନ୍ତାର କାରଣ ହୋଇଛି । 

Advertisment

ଗଞ୍ଜାମରେ ବଢ଼ୁଛି ଶିଶୁ ମୃତ୍ୟୁହାର  
୫ ବର୍ଷରେ ଶିଶୁ ମୃତ୍ୟୁହାର ଦୁଇଗୁଣା
ମା’ ବଞ୍ଚିଲେ ଛୁଆ ବଞ୍ଚିପାରୁନି
ଛୁଆ ବଞ୍ଚିଲେ ମା’ ଦୁନିଆ ଦେଖିପାରୁନି
ସମଗ୍ର ରାଜ୍ୟରେ କମୁଛି ଶିଶୁ ମୃତ୍ୟୁହାର 
୨୦୨୦-୨୧ରେ ଶିଶୁ ମୃତ୍ୟୁହାର ସଂଖ୍ୟା ଥିଲା ୧୩, ୯୧୯
୨୦୨୪-୨୫ ସୁଦ୍ଧା ୧୧, ୭୪୯କୁ ଖସିଛି
ଗଞ୍ଜାମରେ ଶିଶୁ ମୃତ୍ୟୁହାର ଓଲଟା ଚାଲୁଛି
୨୦୨୦-୨୧ରେ ଜିଲ୍ଲାରେ ୩୬୨ ଶିଶୁଙ୍କ ମୃତ୍ୟୁ ହୋଇଥିଲା
୨୦୨୨-୨୩ରେ ୯୨୨ ଓ ୨୦୨୩-୨୪ରେ ଏହି ସଂଖ୍ୟା ୮୬୦
୨୦୨୪-୨୫ରେ ୫୪୭ ଶିଶୁଙ୍କ ମୃତ୍ୟୁ
ସଂଖ୍ୟା କମିଲେ ବି ଗୋଟିଏ ବର୍ଷରେ ଏତେ ଶିଶୁଙ୍କ ମୃତ୍ୟୁ ଆପଦକାଳୀନ ସ୍ଥିତି ସୃଷ୍ଟି କରିଛି

ଛୁଆର କୁଆଁକୁଆଁ କାନ୍ଦ ଶୁଣିପାରୁନି ମା’ 
ଏମକେସିଜିକୁ ଛାଡ଼ି ପ୍ରାୟ ସବୁ ଡାକ୍ତରଖାନାରେ ସ୍ତ୍ରୀ ଓ ଶିଶୁ ରୋଗ ବିଶେଷଜ୍ଞ ଅଭାବ
ଦିନ‌ବେଳା ଯାହା ତାହା ଚଳୁଛି, ସଞ୍ଜ ନଇଁଲେ ଅଧିକାଂଶ ସ୍ଥାନରେ ରହୁନାହାନ୍ତି ଡାକ୍ତର
ଚିକିତ୍ସା ଅଭାବରୁ ବଢ଼ୁଛି ଶିଶୁ ମୃତ୍ୟୁହାର!
ଅପରିପକ୍ବ ଗର୍ଭଧାରଣ, ରକ୍ତହୀନତା ଓ ପୁଷ୍ଟିହୀନତା ଶିଶୁମୃତ୍ୟୁର ପ୍ରମୁଖ କାରଣ
ମଧୁମେହ, ମେଦ ବହୁଳତା, ଉଚ୍ଚ ରକ୍ତଚାପ ଅନ୍ୟତମ କାରଣ
ସୁସ୍ଥ ରହିବା ପାଇଁ ଅନେକ ସମୟରେ ସ୍ବାସ୍ଥ୍ୟକର ଖାଦ୍ୟ ପାଉନି ମା’
ବାରମ୍ବାର ଡାକ୍ତରଖାନା ବଦଳାଇବା 
ବିଳମ୍ବରେ ଡାକ୍ତରଖାନାକୁ ଆଣିବା ବିପଦ ସୃଷ୍ଟି କରୁଛି
ଏ ଦିଗରେ ଦୃଷ୍ଟି ଦେଲେ କମିବ ଶିଶୁ ମୃତ୍ୟୁହାର 


ଡାଇରିଆ ଡାଟା
ଜିଲ୍ଲାରେ କମିଛି ମାତୃ ମୃତ୍ୟୁହାର, ତଥାପି ସ୍ଥିତି ଗମ୍ଭୀର
୨୦୨୦-୨୧ରେ ମାତୃ ମୃତ୍ୟୁ ସଂଖ୍ୟା ଥିଲା ୭୧
ଏବେ ପ୍ରାୟ ଅଧା, ୩୬ରେ ସୀମିତ 
୨ ବର୍ଷ ଧରି ଅପରିବର୍ତ୍ତିତ ରହୁଛି ସଂଖ୍ୟା
ସମସ୍ୟା ବଢ଼ାଉଛି କମ୍‌ ବୟସରେ ଗର୍ଭଧାରଣ
ମଧୁମେହ, ମେଦ ବହୁଳତା, ଉଚ୍ଚ ରକ୍ତଚାପ ଅନ୍ୟତମ କାରଣ