କ୍ୟାପିଟାଲ ହସ୍ପିଟାଲରେ ଶିଶୁ ମୃତ୍ୟୁ ଘଟଣା, ଆରମ୍ଭ ହେଲା ତଦନ୍ତ

Advertisment

ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ । ରାସ୍ତାରେ ଅଟୋ ରଖି ପରିବାର ଲୋକଙ୍କ ଧାରଣା । ବୁଝାସୁଝା ପରେ ହଟିଲା ଅବରୋଧ । ସେପଟେ, ତଦନ୍ତ ଆରମ୍ଭ କଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । 

ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ । ରାସ୍ତାରେ ଅଟୋ ରଖି ପରିବାର ଲୋକଙ୍କ ଧାରଣା । ବୁଝାସୁଝା ପରେ ହଟିଲା ଅବରୋଧ । ସେପଟେ, ତଦନ୍ତ ଆରମ୍ଭ କଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । 

capital hospital

କନକ ବ୍ୟୁରୋ: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶିଶୁମୃତ୍ୟୁ ଘଟଣାରେ ଆରମ୍ଭ ହେଲା ପ୍ରାଥମିକ ତଦନ୍ତ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ତଦନ୍ତ ଆରମ୍ଭ କରିଛନ୍ତି । ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ ସହ ପ୍ରତିବାଦ କରିଥିଲେ ମୃତ ଶିଶୁର ପରିବାର । ମୃତ ଶିଶୁର ବାପା ଜଣେ ଅଟୋ ଡ୍ରାଇଭର ହୋଇଥିବାରୁ ଅନ୍‌ଲାଇନ୍‌ ଅଟୋ ସଂଘ ବି ପ୍ରତିବାଦରେ ସାମିଲ ହୋଇଥିଲେ । ଏତିକି ବେଳେ ହସ୍ପିଟାଲର ସିକ୍ୟୁରିଟି ଗାର୍ଡ ମାଡ଼ ମାରିଥିବା ବି ଅଭିଯୋଗ ହୋଇଛି ।  

ଶିଶୁର କଫ ଜନିତ ସ୍ୱାସ୍ଥ୍ୟ ସମସ୍ୟା ନେଇ ବାପା ମାଆ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆଣିଥିଲେ । ଏହି ସମୟରେ ମେଡିକାଲ୍‌ରେ ଡାକ୍ତର ନିଦ ବାଉଳାରେ ଔଷଧ ଦେଇଥିଲେ । ଯାହାଫଳରେ ଶିଶୁଟିର ଅକାଳରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ମୃତ ଶିଶୁର ପରିବାର ଲୋକେ ଡାକ୍ତରଙ୍କୁ ଦୀର୍ଘ ସମୟ ଧରି ଅଟକ ରଖିଥିଲେ । ଏହା ସହିତ ହସ୍ପିଟାଲରେ ଧାରଣା ଦେଇଥିଲେ ପରିବାର ଲୋକେ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe