କନକ ବ୍ୟୁରୋ :  ପ୍ରାୟ ୨୦ବର୍ଷ ପରେ ଭାରତର ମୋଷ୍ଟ ୱାଟେଡ ମସୁଦ ଅଜହର ବୟାନ ଦେଇଛି। କୁହାଯାଛି ପାକିସ୍ତାନର ବହାବଲପୁରର ମସିଜିଦରେ ମୁସୁଦ ଭାଷାଣ ଦେଇଥିଲା ଏବଂ ତାହା ପୁଣି ଥିଲା ଭାରତ ବିରୋଧୀ । ପାକିସ୍ତାନର ବାହବଲପୁରରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ବିଷ ଉଗାଳିଛି ମସୁଦ । ଭାରତ ବିରୋଧରେ କହିଛି ଅନେକ କଥା । ଭାରତର ପ୍ରଧାନମନ୍ତ୍ରୀଙ୍କୁ ଦୁର୍ବଳ ନେତା କହିବା ସହ ବାବ୍ରୀ ମସଜିଦ ଉପରେ ମଧ୍ୟ ରଖିଛି ଟିପ୍ପଣୀ । ମସୁଦ କହିଛି, ଇସ୍ରାଏଲ ମଧ୍ୟ ଯାହା କରୁଛି ତାହା ଠିକ୍ ନୁହେଁ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତ୍ୟାନାହୁଙ୍କୁ କଟାକ୍ଷ କରିଛି ଆତଙ୍କୀ ମସୁଦ  । 

Advertisment

ରାଲିରେ ଉସୁକାଉଥିବା ଭାଷଣ ଦେଇଛି ମସୁଦ
ଭାରତ ବିରୋଧରେ ଓଗାଳିଛି ବିଷ
ମୋଦୀଙ୍କୁ ଜଣେ ଦୁର୍ବଳ ନେତା ବୋଲି କହିଛି 
ବାବ୍ରୀ ମସଜିଦକୁ ପୁଣି ନିର୍ମାଣ କରିବା କଥା ଉଠାଇଛି
ଭାରତକୁ ବାହାବଲପୁରରୁ ମସୁଦ ଦେଇଛି ଧମକ
ବାଇଟ୍- ରଣଧୀର ଜୟସ୍ବାଲ, ମୁଖପାତ୍ର, ବୈଦେଶିକ ମନ୍ତ୍ରାଳୟ

 ପାକିସ୍ତାନର ବାହବଲପୁରରେ ମସୁଦ ଭାରତ ବିରୋଧରେ ଏମିତି ଅନେକ ଉସୁକାଉଥିବା ଭାଷଣ ଦେଇଛି । ଏହି ମସୁଦ ଆଜହର ଭାରତରେ ଅନେକ ଆତଙ୍କୀ ଆକ୍ରମଣ ପାଇଁ ଦାୟୀ । ସଂସଦ ଆକ୍ରମଣ ଓ ଫୁଲୱାମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ହେଉଛି ଆତଙ୍କବାଦୀ ମସୁଦ ଆଜହର । ଆତଙ୍କୀ ମସୁଦ ଏମିତି ଭାଷଣ ଦେଇ ଭାରତ-ପାକିସ୍ତାନ ମଧ୍ୟରେ ସମ୍ପର୍କକୁ ଆହୁରି ଖରାପ କରିବା ଯୋଜନା ରଚୁଥିବା ଚର୍ଚ୍ଚା ହେଉଛି ।