ଅଯୋଗ୍ୟଙ୍କୁ ମିଳିବନି ପ୍ରଧାନମନ୍ତ୍ରୀ ଆବାସ । ଯୋଜନାରୁ ବାଦ ଦେବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି

Advertisment

ଧନିକ ଶ୍ରେଣୀ, ଛାତଘର ଥିବା ଲୋକ, ଚାକିରିଆ ଓ ଦଳୀୟ ଭିତ୍ତିରେ ପ୍ରଧାନମନ୍ତ୍ରୀ ଆବାସ ଘର ମିଳିବ ନାହିଁ ବୋଲି ସରକାର ଗ୍ୟାରେଣ୍ଟି ଦେଇପାରିବେ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ । ଉତ୍ତରରେ ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଯୋଗ୍ୟ ପରିବାରଙ୍କୁ ବାଦ ଦିଆଯିବ।

gxdgxdrgxrd

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ୍ ପଡ଼ିବେ ଅଯୋଗ୍ୟ ପରିବାର। ଏନେଇ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର । ବିଧାନସଭାରେ କଂଗ୍ରେସ ବିଧାୟକ ପବିତ୍ର ସାଉଁନ୍ତାଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ । ଧନିକ ଶ୍ରେଣୀ, ଛାତଘର ଥିବା ଲୋକ, ଚାକିରିଆ ଓ ଦଳୀୟ ଭିତ୍ତିରେ ପ୍ରଧାନମନ୍ତ୍ରୀ ଆବାସ ଘର ମିଳିବ ନାହିଁ ବୋଲି ସରକାର ଗ୍ୟାରେଣ୍ଟି ଦେଇପାରିବେ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ । ଉତ୍ତରରେ ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଯୋଗ୍ୟ ପରିବାରଙ୍କୁ ବାଦ ଦିଆଯିବ। କେବଳ ଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଇ ଦେବା ପାଇଁ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହାସହ ଗତ ୫ ବର୍ଷରେ ଓଡ଼ିଶାକୁ କେତେ ଗୃହ ଆବାସ ଯୋଜନାରେ ମିଳିଛି ଏବଂ କେତେ ହିତାଧିକାରୀ ପାଇଛନ୍ତି। ସେ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି, ଗତ ୫ ବର୍ଷରେ  ୧୨ଲକ୍ଷ ୬୨୧ ଗୃହ ଧାର୍ୟ୍ୟପ୍ରାପ୍ତ ହୋଇଛି। ସେଥିମଧ୍ୟରୁ ୧୧ଲକ୍ଷ ୭୬ହଜାର ୫୩ଟି ଗୃହ ମଞ୍ଜୁର ହୋଇଥିବା ବେଳେ ୭ଲକ୍ଷ ୪୩ହଜାର ୩୨୧ଟି ଗୃହ ନିର୍ମାଣଧୀନ ଅଛି। ବାତ୍ୟା ଦାନାରେ ୧୩ହଜାର ୧୩୫ଟି କଚ୍ଚାଘର ନଷ୍ଟ ହୋଇଥିବା ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe