କନକ ବ୍ୟୁରୋ : ସ୍ୱାସ୍ଥ୍ୟସେବାକୁ ନେଇ ସବୁବେଳେ ଚର୍ଚ୍ଚାରେ କୋରାପୁଟ ଜିଲ୍ଲାକେତେବେଳେ ରାସ୍ତାକଡ଼ରେ ପ୍ରସବ ତ ଆଉ କେତେବେଳେ ଖଟିଆରେ ବୁହା ହୁଅନ୍ତି ରୋଗୀ। ସେହି ଜିଲ୍ଲାରେଖତ ଖାଉଛି ବାଇକ ଆମ୍ବୁଲାନ୍ସ। କେଉଁଠି ମେଡ଼ିକାଲ କଡ଼ରେ ପଡ଼ିରହିଛି ତ କେଉଁଠି ଅଳିଆ ଗଦାରେ। ନାମକୁମାତ୍ର ଯୋଜନା କରାଯାଇଛି। କିନ୍ତୁ ଆଜି ଯାଏଁ ଆମ୍ବୁଲାନ୍ସ ସ୍ୱାସ୍ଥ୍ୟସେବାରେ ଲାଗି ପାରିନି। କୋରାପୁଟଜିଲ୍ଲାରୁ ଆସିଛି ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ।

Advertisment

ଜିଲ୍ଲାରସ୍ୱାସ୍ଥ୍ୟସେବାରେ ସୁଧାର ଆସିବ । ଉପାନ୍ତ ଅଚଂଳରେ ଉତ୍ତମ ସେବା ମିଳିବ । ଏଥିପାଇଁ୨୦୨୦ରେ ସ୍ୱାସ୍ଥ୍ୟ ବିଭାଗପକ୍ଷରୁ ୮ଟି ବାଇକ୍‌ ଆମ୍ବୁଲାନ୍ସ ଆସିଲା ଦୁର୍ଗମ ଅଞ୍ଚଳରୁ ରୋଗୀଙ୍କୁ ଡାକ୍ତରଖାନା ଆଣିବାକୁ ପ୍ରୟାସହୋଇଥିଲା କିନ୍ତୁସେମିତି କିଛି ହେଲା ନାହିଁ, ଆଜି ପର୍ଯ୍ୟନ୍ତ ସେବା ଯୋଗାଇବା ତ ଦୂରର କଥା, ବାଇକ ଆମ୍ବୁଲାନ୍ସରରକ୍ଷଣାବେକ୍ଷଣା ହୋଇପାରୁନି । ଖତ ହୋଇଗଲାଣି ଆମ୍ବୁଲାନ୍ସ । ପଟାଙ୍ଗି ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଓ ବିସିଙ୍ଗପୁର ସ୍ୱାସ୍ଥ୍ୟକେନ୍ଦ୍ରର ଦୃଶ୍ୟ ବାଇକ୍ ଆମ୍ବୁଲାନ୍ସର ସତ ବଖାଣୁଛି ।

ବାଇକ ଆମ୍ବୁଲାନ୍ସସ୍ୱାସ୍ଥ୍ୟ ସେବାରେ ମାଇଲ ଖୁଣ୍ଟ ସାଜିବ, ସେଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଛି । ହେଲେ ଆଜି ପର୍ଯ୍ୟନ୍ତସ୍ୱାସ୍ଥ୍ୟ ସେବାରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିଲାନି । ପୂର୍ବରୁ ଯାହା ଯେମିତି ଥିଲା ଏବେବି ଠିକ୍ ସେମିତି । ରୋଗୀ ଭାରରେ ବୁହା ହେଉଛନ୍ତି, ମହିଳା ଅଟୋରେ ପ୍ରସବ କରୁଛନ୍ତି । ସ୍ୱାସ୍ଥ୍ୟସେବାର ଏଭଳି ସ୍ଥିତି ବାବଦରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ପାଖରେ କିଛି ଉତ୍ତର ନାହିଁ ।

ଯଦି ପଲିଥିନ୍ ତଳେ ରଖିବାର ଥିଲା, ତେବେବାଇକ୍ ଆମ୍ବୁଲାନ୍ସ କିଣା ଯାଇଥିଲା କାହିଁକି ? କାହା ସ୍ୱାର୍ଥରେ ଖର୍ଚ୍ଚ ହେଲାଏତେ ଟଙ୍କା ? କୋରାପୁଟ ଜିଲ୍ଳାର ସ୍ୱାସ୍ଥ୍ୟ ସେବା ଚିତ୍ର କେବେ ବଦଳିବ ତାକୁ ହିଁ ଅପେକ୍ଷା ।