ପୋସ୍କୋ ଫେରିବା ପ୍ରସଙ୍ଗରେ ଶିଳ୍ପ ମନ୍ତ୍ରୀଙ୍କ ପ୍ରତିକ୍ରିୟା ; ସମସ୍ତ ଅନ୍ତଃରାଷ୍ଟ୍ରୀୟ କମ୍ପାନୀକୁ କରାଯିବ ସ୍ବାଗତ

ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି ଜେଏସଡବ୍ଲୁ ହେଉ କି ପୋସ୍କୋ , ସମସ୍ତ ଓଡ଼ିଶାରେ ନିବେସ ପାଇଁ ସମସ୍ତ ଅନ୍ତଃରାଷ୍ଟ୍ରୀୟ କମ୍ପାନୀକୁ ସ୍ବାଗତ କରାଯିବ । ଶିଳ୍ପ ସଂସ୍ଥାକୁ ସମସ୍ତ ସହଯୋଗ ଯୋଗାଇବାକୁ ସରକାର ପ୍ରସ୍ତୁତ ଅଛନ୍ତି । ରାଜ୍ୟରେ ପର୍ୟ୍ୟାପ୍ତ ସୁଯୋଗ ରହିଛି , ନୂଆ ସରକାରରେ ଶିଳ୍ପ ଭିତ୍ତିଭୂମି ସୁଦୃଢ଼ କରାଯାଉଛି ।

JSW2

କନକ ବ୍ୟୁରୋ : ୧୯ ବର୍ଷ ପରେ ପୁଣି ଓଡ଼ିଶା ଫେରିପାରେ ଦକ୍ଷିଣ କୋରିଆ ଭିତ୍ତିକ ଇସ୍ପାତ କମ୍ପାନୀ ପୋସ୍କୋ । କମ୍ପାନୀ ପକ୍ଷରୁ ସଜ୍ଜନ ଜିନ୍ଦଲଙ୍କ ସଂସ୍ଥା ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍ ସହିତ ବୁଝାମଣାପତ୍ର ସ୍ବାକ୍ଷର ପରେ ପୋସ୍କୋକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ଏକ ଇସ୍ପାତ କାରଖାନା ସ୍ଥାପନ ପାଇଁ ଏହି ବୁଝାମଣା କରାଯାଇଛି । ହେଲେ କେଉଁ ସ୍ଥାନରେ ଇସ୍ପାତ କାରଖାନା କରାଯିବ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହି ବୁଝାମଣା ଜେଏସ୍‌ଡବ୍ଲ୍ୟୁର ଓଡ଼ିଶା ପ୍ରକଳ୍ପ ସମ୍ପର୍କିତ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ପ୍ରାଥମିକ ଭାବେ ଏହି ପ୍ଲାଣ୍ଟର ବାର୍ଷିକ କ୍ଷମତା ୫ ନିୟୁତ ଟନ୍ ରହିବ । ଏମ୍ଓୟୁ ମୁତାବକ ଉଭୟ କମ୍ପାନୀ ଷ୍ଟିଲ୍ , ବ୍ୟାଟେରୀ ଉପକରଣ ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ ପରସ୍ପରକୁ ସହଯୋଗ କରିବେ । 

ଏନେଇ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି ଜେଏସଡବ୍ଲୁ ହେଉ କି ପୋସ୍କୋ , ସମସ୍ତ ଓଡ଼ିଶାରେ ନିବେସ ପାଇଁ ସମସ୍ତ ଅନ୍ତଃରାଷ୍ଟ୍ରୀୟ କମ୍ପାନୀକୁ ସ୍ବାଗତ କରାଯିବ । ଶିଳ୍ପ ସଂସ୍ଥାକୁ ସମସ୍ତ ସହଯୋଗ ଯୋଗାଇବାକୁ ସରକାର ପ୍ରସ୍ତୁତ ଅଛନ୍ତି । ରାଜ୍ୟରେ ପର୍ଯ୍ୟାପ୍ତ ସୁଯୋଗ ରହିଛି , ନୂଆ ସରକାରରେ ଶିଳ୍ପ ଭିତ୍ତିଭୂମି ସୁଦୃଢ଼ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe