କନକ ବ୍ୟୁରୋ : ସୋଲାପୁରର ପ୍ରସିଦ୍ଧ ମୁଲତାନି ବେକରିର ଜଣେ ବିଶିଷ୍ଟ ଉଦ୍ୟୋଗୀ ତଥା ମାଲିକ, ୫୯ ବର୍ଷୀୟ ସୁନୀଲ ମୋତିଲାଲ ସଦାରଙ୍ଗାନୀ ଗୁରୁବାର ଅପରାହ୍ନରେ ବିଜାପୁର ରୋଡରେ ଥିବା ଏକ କୋଠାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣାଟି ପଣାସ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ଅପରାହ୍ନ ପ୍ରାୟ ୪ଟା ସମୟରେ ଘଟିଥିଲା, ଯାହା ସାରା ସହରରେ ଶୋକର ବାତାବରଣ ସୃଷ୍ଟି କରିଥିଲା।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, କିଛି ସ୍ଥାନୀୟ ବାସିନ୍ଦା ସଦାରଙ୍ଗାନୀଙ୍କୁ ୧୭ତମ ମହଲାରେ ବୁଲୁଥିବାର ଦେଖିଥିଲେ, କିଛି ଗଡ଼ବଡ଼ ଲାଗୁବାରୁ ସେମାନେ ସେହି ବିଲଡିଂର ସିକ୍ୟୁରିଟିକୁ ଖବର କରିଥିଲେ, ସିକ୍ୟୁରିଟି ଜଣକ ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ଅଫିସ କର୍ମଚାରୀଙ୍କୁ ଏ ବାବଦରେ ସୂଚନା ଦେଇଥିଲେ। ସେମାନେ ଏକାଠି ୧୭ତମ ମହଲାରେ ପହଞ୍ଚି ତାଙ୍କ ସହିତ କଥା ହେବାକୁ ଚେଷ୍ଟା କରିଥିଲେ ଏବଂ ସଦାରଙ୍ଗାନୀଙ୍କୁ ଦଶମ ମହଲାକୁ ତଳକୁ ଅଣାଯାଇଥିଲା, ଯେଉଁଠାରେ ସେ କହିଥିଲେ ଯେ, "ମୋ ଗାଡ଼ିର ଚାବି ହଜିଯାଇଛି," ଏବଂ ପରେ ସେ ଉପରକୁ ଦୌଡ଼ି ଯାଇଥିଲେ। କିଛି ମୁହୂର୍ତ୍ତ ପରେ, ଆଉ ଜଣେ ବାସିନ୍ଦା ୧୭ ମହଲାରେ ପହଞ୍ଚିଥିଲେ, କିନ୍ତୁ ସେତେବେଳକୁ ସଦାରଙ୍ଗାନୀ କୋଠାରୁ ଡେଇଁ ପଡ଼ିଥିଲେ।
ଅଧିକ ପଢ଼ନ୍ତୁ :ମହିଳା ଉଦ୍ୟୋଗୀଙ୍କୁ ସଶକ୍ତ କରିବାକୁ ଆରମ୍ଭ ହୋଇଥିଲା ମହିଳା ବ୍ୟବସାୟ ମେଳା, ଆଜି ରାଜ୍ୟପାଳ କଲେ ଉଦଯାପନ
ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ସେଠାରେ ସଦାରଙ୍ଗାନୀଙ୍କୁ ଗୁରୁତର ଆହତ ଓ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପାଇ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଗାଡ଼ିର ନମ୍ବର ପ୍ଲେଟରୁ ତାଙ୍କର ପରିଚୟ ମିଳିଥିଲା। ପୁଲିସଠୁ ପରିବାର ଲୋକ ଖବ ପାଇ ହସ୍ପିଟାନରେ ପହଞ୍ଚିଥିଲେ। ତେବେ ସଦାରାଙ୍ଗନୀ କାହିଁକି ଆତ୍ମହତ୍ୟା କଲେ ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇପାରିନି। ସିସିଟିଭିରେ କଏଦ୍ ହୋଇଥିବା ଫୁଟେଜକୁ ଆଧାର କରି ତଦନ୍ତ କରୁଛି ପୁଲିସ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/06/06bbs_31_06022026_111-2026-02-06-18-55-52.jpg)