କନକ ବ୍ୟୁରୋ :  ଶିଳ୍ପାୟନ କେବଳ ସ୍ଲୋଗାନରେ ସୀମିତ ରହିବନି । ଅପହଞ୍ଚ, ଉପାନ୍ତ ଜିଲ୍ଲାରେ ପହଞ୍ଚିବ ସରକାରଙ୍କ ଶିଳ୍ପ ବିପ୍ଲବ । ହାଇଦ୍ରାବାଦରୁ ମୁଖ୍ୟମନ୍ତ୍ରୀ ଫେରିବା ପରେ ରାଜ୍ୟବାସୀଙ୍କ ଆଗରେ ରଖିଛନ୍ତି ଶିଳ୍ପର ବ୍ଲୁପ୍ରିଣ୍ଟ । ଆଗକୁ ଶିଳ୍ପ ବିହିନ ଟ୍ୟାଗ୍ ମୁଣ୍ଡାଇବନି ଓଡ଼ିଶାର ଗୋଟିଏ ବି ଜିଲ୍ଲା । ବର୍ଷ ୨୦୨୫, ଶିଳ୍ପ କ୍ଷେତ୍ରରେ ଆଣିଥିଲା ଅନେକ ସମ୍ଭାବନା । ଓଡ଼ିଶାକୁ ପୁଞ୍ଜିନିବେଶର ହବ୍ କରିବାକୁ ଷ୍ଟିୟରିଂ ଧରି ଆଗକୁ ବଢିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗୋଟିଏ ପରେ ଗୋଟିଏ ସମ୍ମିଳନୀ ଜରିଆରେ

Advertisment

ପୁଞ୍ଜିନିବେଶକାରୀଙ୍କୁ ରେଡ଼୍‌ କାର୍ପେଟ ପକାଇ ନିମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ । ଏବେ ହାଇଦ୍ରାବାଦ ନିବେଶକ ସମ୍ମିଳନୀ ପରେ ରାଜ୍ୟବାସୀଙ୍କ ଆଗରେ ଶିଳ୍ପାୟନର ନୂଆ ନକ୍ସା ଆଙ୍କିଛନ୍ତି ମୋହନ ମାଝୀ । ରାଜ୍ୟର ସବୁ ଜିଲ୍ଲାକୁ ପହଞ୍ଚିବ ଶିଳ୍ପ । ଫାର୍ମା ଓ ପ୍ରତିରକ୍ଷା କ୍ଷେତ୍ରରେ ଓଡ଼ିଶା ପାଇବ ନୂଆ ପରିଚୟ । ଏଥିପାଇଁ ୩୮ ନିବେଶକଙ୍କ ସହ ୱାନ୍-ଟୁ-ୱାନ୍ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ୧୩ଟି ଏମ୍‌ଓୟୁ ସ୍ବାକ୍ଷରିତ ହେବା ସହ ୨୭ ହଜାର ୬୫୦ କୋଟି ଟଙ୍କାର ନିବେଶ ଆସିଛି । ଯେଉଁ ସଂସ୍ଥାରେ ପ୍ରାୟ ୧୬ ହଜାର ଯୁବବର୍ଗଙ୍କୁ ମିଳିବ ନିଯୁକ୍ତି । 

ଅଧିକ ପଢ଼ନ୍ତୁ---ଆସନ୍ତାକାଲିଠୁ ଆରମ୍ଭ ହେବ ବଲାଙ୍ଗୀରର ପ୍ରସିଦ୍ଧ ଶୁଲିଆ ଯାତ୍ରା

ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ବଳ ଯୋଗାଇବ ଓଡ଼ିଶା । ମିସାଇଲ ନିର୍ମାଣ ପାଇଁ ଆବଶ୍ୟକୀୟ ସରଞ୍ଜାମ ଓଡ଼ିଶାରୁ ନିର୍ମାଣ ହେବ । ପୂର୍ବରୁ ଉତ୍କର୍ଷ ଓଡ଼ିଶା କନକ୍ଲେଭ ଜରିଆରେ ୪ ଲକ୍ଷ ୩୮ ହଜାର ନିବେଶ ଆସିଥିବା ବେଳେ ଏଥିରୁ ୨ ଲକ୍ଷ ୧୦ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ସରିଲାଣି । ସେହିଭଳି ହାଇଦ୍ରାବାଦ ନିବେଶକ ସମ୍ମିଳନୀରୁ ମଧ୍ୟ ୬୬ ହଜାର ୭୮୧ କୋଟି ନିବେଶ ପ୍ରସ୍ତାବ ଓ ୫୬ ହଜାର ନିଯୁକ୍ତି ପାଇଁ ବାଟ ଫିଟିଛି । ଆଗାମୀ ଦିନରେ ବେଙ୍ଗାଲୁର, କୋଲକାତାରେ ହେବ ନିବେଶକ ସମ୍ମିଳନୀ। କେବଳ ସମ୍ମିଳନୀ କରି ସରକାର ଚୁପ୍ ବସିନାହାନ୍ତି ବରଂ ଏହାକୁ କିଭଳି କାର୍ଯ୍ୟକାରୀ କରାଯିବ ତାହାର ବର୍ଷୱାରୀ ହେବ ହିସାବ କିତାବ ।