ଔଦ୍ୟୋଗିକ ବିକାଶ ସିଆଇଏସଏଫ୍ ବିନା ଅସମ୍ଭବ : ସିଆଇଏସଏଫର ୫୭ତମ ପ୍ରତିଷ୍ଠା ଦିବସରେ ପ୍ରତିକ୍ରିୟା ରଖିଲେ ଗୃହ ମନ୍ତ୍ରୀ ଅମିତ ଶାହ

Advertisment

ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ । ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ, ସାଂସଦ ଓ ବିଧାୟକ ବିମାନ ବନ୍ଦରରେ ଗୃହମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି ।

ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ । ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ, ସାଂସଦ ଓ ବିଧାୟକ ବିମାନ ବନ୍ଦରରେ ଗୃହମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି ।

30

Photograph: (kanaknews)

କନକବ୍ୟୁରୋ :  ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ। ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ, ସାଂସଦ ଓ ବିଧାୟକ ବିମାନ ବନ୍ଦରରେ ଗୃହମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି । ସେଠାରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ କଟକ ମୁଣ୍ଡଳିରେ ପହଞ୍ଚିଛନ୍ତି । 

ସେଠାରେ ସିଆଇଏସଏଫର ପ୍ରତିଷ୍ଠା ଦିବସରେ ସାମିଲ ହୋଇଛନ୍ତି । ଏହା ପରେ ପାରାଦୀପରେ ଇଫ୍‌କୋ ପକ୍ଷରୁ ସଲଫ୍ୟୁରିକ୍ ଏସିଡ୍‌ ପ୍ଲାଣ୍ଟକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।  ଅପରାହ୍ଣରେ ଜଟଣୀରେ ଜାତୀୟ ଫରେନ୍‌ସିକ ବିଜ୍ଞାନ ବିଶ୍ବବିଦ୍ୟାଳୟ(ଏନ୍‌ଏଫ୍‌ଏସ୍‌ୟୁ) ଓ କେନ୍ଦ୍ରୀୟ ଫରେନ୍‌ସିକ୍‌ ବିଜ୍ଞାନ ବିଶ୍ବବିଦ୍ୟାଳୟ(ସିଏଫ୍‌ଏସ୍‌ଏଲ୍‌)ର ଶିଳାନ୍ୟାସ କରିବେ , ଏଥିସହ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ  ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

ସେଥିରେ କହିଛନ୍ତି  ନକ୍ସଲ ମୁକ୍ତରେ CISFର ବଡ଼ ଅବଦାନ । ମୁଣ୍ଡଳିରେ CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ CISFର ଭୂମିକାକୁ ପ୍ରଶଂସା କଲେ ଅମିତ ଶାହ । ସମୟ ସହିତ ନିଜକୁ ଗଢ଼ିଛି CISF । ଦେଶର ସୁରକ୍ଷାରେ CISFର ଭୂମିକା ଗୁରୁତ୍ବପୂର୍ଣ୍ଣ । ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ ବୋଲି କହିଛନ୍ତି ଶାହ । CISF ହାତରେ ସୁରକ୍ଷିତ ରହିଛି ଦେଶର ବନ୍ଦର । ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ନକ୍ସଲବାଦ ମୁକ୍ତ ଲକ୍ଷ୍ୟ ରହିଛି। ନକ୍ସଲମୁକ୍ତ ଅଭିଯାନରେ ସୁରକ୍ଷାବଳଙ୍କ ଭୂମିକା ଅନନ୍ୟ । CISF ଯବାନ କଠିନ ପରିସ୍ଥିତିରେ କର୍ତ୍ତବ୍ୟପାଳନ କରିଆସୁଛନ୍ତି ।

କଟକ ପରେ ପାରଦୀପ ଗସ୍ତ କରିବେ ଶାହ। ସେଠାରେ ୧ଟା ୪୫ ମିନିଟରେ ସଲଫ୍ୟୁରିକ ଏସିଡ ପ୍ଲାଣ୍ଟର ଲୋକାର୍ପଣ କରିବେ। ପାରାଦୀପରେ କାର୍ଯ୍ୟକ୍ରମ ସାରି ଭୁବନେଶ୍ବର ଫେରିବେ ଗୃହ ମନ୍ତ୍ରୀ । ଭୁବନେଶ୍ୱରରେ ଜାତୀୟ ଫୋରେନସିକ୍ ସାଇନ୍ସ ୟୁନିଭର୍ସିଟି (NFSU) ର ସ୍ଥାୟୀ କ୍ୟାମ୍ପସ ପାଇଁ ଶିଳାନ୍ୟାସ କରିବେ। ଏହା ସହିତ ଏହାର ଅସ୍ଥାୟୀ କ୍ୟାମ୍ପସକୁ ମଧ୍ୟ ଉଦଘାଟନ କରିବେ ।  ଏହି ବିଶ୍ୱବିଦ୍ୟାଳୟ ପାଇଁ ଓଡ଼ିଶା ସରକାର ୪୦ ଏକର ଜମି ଯୋଗାଇ ଦେଇଛନ୍ତି । ସେ କେନ୍ଦ୍ରୀୟ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ (CFSL) ର ମଧ୍ୟ ଭୂମି ପୂଜନ କରିବେ । 

ଭୁବନେଶ୍ୱରରେ ନୂଆ ନ୍ୟାୟ ସଂହିତା ଉପରେ ଏକ ପ୍ରଦର୍ଶନୀର ଉଦଘାଟନ କରିବା ସହ ଏକ ମୋବାଇଲ୍ ଫୋରେନସିକ୍ ଭ୍ୟାନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହା ସହ ଭର୍ଚୁଆଲ୍ ମାଧ୍ୟମରେ ଅନେକ ନୂଆ ଥାନା ବିଲଡିଂର ଉଦଘାଟନ କରିବେ । ଏହି ଅବସରରେ IIT ଭୁବନେଶ୍ୱର ଏବଂ ରାଷ୍ଟ୍ରୀୟ ରକ୍ଷା ବିଶ୍ୱବିଦ୍ୟାଳୟ ସହ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହେବ । ସଂଧ୍ୟାରେ ଦିଲ୍ଲୀ ଫେରିଯିବେ । ଶାହଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହାପରେ ସରକାରୀ କାର୍ଯ୍ୟକ୍ରମ ସାରି ଦଳୀୟ କାର୍ଯ୍ୟାଳୟ  ଆସିବେ ଶାହ । ରାଜ୍ୟ ସଙ୍ଗଠନ ବାବଦରେ ନେତାଙ୍କ ସହ କରିବେ ଆଲୋଚନା  । 

ଏହି ସମୟରେ ରାଜ୍ୟ ସଭାପତି ମନମୋହନ ସାମଲ, ସଙ୍ଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି,  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଦଳର ତୁଙ୍ଗ ନେତା ମାନେ ଉପସ୍ଥିତ ରହିବେ  ରାଜ୍ୟ କାର୍ଯ୍ୟାଳୟରେ ଶାହ ପ୍ରାୟ ୧ ଘଣ୍ଟା ରହିବେ ।  ସେଠାରୁ ଫେରି ଭୁବନେଶ୍ବରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ନ୍ୟାୟ ସଂହିତା ପ୍ରଦର୍ଶନୀରେ ସାମିଲ ହେବେ। ସଂଧ୍ୟାରେ ଦିଲ୍ଲୀ ଫେରିଯିବେ  । 

ଏବେ ଜାଣନ୍ତୁ  ଶାହଙ୍କ କାର୍ଯ୍ୟକ୍ରମ 
୩ ହଜାର ୨୭୫ ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ 
ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା ସମବାୟ ନୀତି ୨୦୨୬ କାର୍ଯ୍ୟକାରୀ କରିବେ 
୧୫୬୭ଟି ପିଏସିଏଏସ ପରିଚାଳିତ ଜନସେବା କେନ୍ଦ୍ରର ଲୋକାର୍ପଣ ହେବ
ସମବାୟ ନିବନ୍ଧକ କାର୍ଯ୍ୟାଳୟ କମ୍ପୁଟରୀକରଣ ପୋର୍ଟାଲର ଶୁଭାରମ୍ଭ 
୨୦ଟି ସାଇବର ଥାନା ଏବଂ ୨୪ଟି ପୁଲିସ ଷ୍ଟେସନ 
ପାରାଦୀପ ଠାରେ ସଲଫ୍ୟୁରିକ ଏସିଡ ପ୍ଲାଣ୍ଟ 
ରାଜ୍ୟରେ ପ୍ରଥମ କେନ୍ଦ୍ରୀୟ ଫରେନସିକ୍ ବିଜ୍ଞାନ ପରୀକ୍ଷାଗାର 
ବଡମ୍ବା ସମବାୟ ଚିନିକଳର ପୁନରୁଦ୍ଧାର 
କଟକ କେନ୍ଦୁପାଟଣାରେ ଆଇସକ୍ରିମ୍ ପ୍ଲାଣ୍ଟ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe