ବିମାନ ସେବାକୁ ଭାରତ ବିରୋଧରେ ଢାଲ କରିଛି ପାକିସ୍ତାନ : MEA ପ୍ରେସମିଟରେ ପାକିସ୍ତାନର ସତ

ପାକିସ୍ତାନ ଜାଣିଛି ଭାରତ ଯେଉଁଭଳି ପ୍ରତିଆକ୍ରମଣ କରୁଛି ତା ଫଳରେ ଦୁଇ ଦେଶର ଆକାଶ ପଥରେ ଗଭୀର ପ୍ରଭାବ ପଡିବ, ଯାହା ନିଜ ନିଜ ଦେଶର ବିମାନ ଉଡାଣ ସହ ବିଦେଶ ଉଡାଣ ପାଇଁ ଆଦୌ ସୁରକ୍ଷିତ ନୁହେଁ । ତଥାପି ବିମାନ ଉଡାଣ ଜାରି ରଖିଛି ପାକିସ୍ତାନ ।

MEA pressBrief

MEA pressBrief Photograph: (KanakNews)

କନକ ବ୍ୟୁରୋ: ପାକିସ୍ତାନ ଷଡଯନ୍ତ୍ର କରି ଭାରତ  ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛି । ଏଥିପାଇଁ ପାକିସ୍ତାନ ୩୦୦ରୁ ୪୦୦ଡ୍ରୋନ ବ୍ୟବହାର କରିଥିବାବେଳେ, ଭାରତୀୟ ସଶସ୍ତ ବଳ କାଇନାଇଟିକ୍ ଓ ନନକାଇନାଇଟିକ୍ ଟେକନିକ ବିନିଯୋଗ କରି ଏହାକୁ ପ୍ରତିହତ କରିଛି । ଡ୍ରୋନଗୁଡିକୁ ଖସାଇପକାଇଛି । ଖସିପଡିଥିବା ପାକ୍ ଡ୍ରୋନଗୁଡିକର ଭଗ୍ନାଂଶକୁଡିକର  ଫରେନ୍ସିକ ଯାଞ୍ଚ କରାଯାଉଛି। ପାରମ୍ଭିକ ରିପୋର୍ଟ ମୁତାବକ, ଏସବୁ ଡ୍ରୋନ ତୁର୍କୀର ଡ୍ରୋନ ବୋଲି ଜଣାପଡିଛି । ଏହାପରେ ରାତିରେ ପାକିସ୍ତାନ ଭଟିଣ୍ଡାର ଏକ ସଶସ୍ତ୍ର ସୈନ୍ୟ ଷ୍ଟେସନକୁ ଟାର୍ଗେଟ କରିଥିଲା , ଯାହାକୁ ଲୋକେଟ୍ କରିବା ସହ ନିଷ୍କ୍ରିୟ କରାଯାଇଥିଲା । ସୀମାବର୍ତ୍ତୀ ଇଲାକାର ଅଧିକାଂଶ ସ୍ଥାନରେ ଆର୍ଟିଲାରୀ ଗନ୍, ସଶସ୍ତ ଡ୍ରୋନ ସାହାଯ୍ୟରେ ନିୟନ୍ତ୍ରଣ ରେଖା ପାଖରେ ପ୍ରବଳ ଗୁଳିମାଡ ବି କରିଥିଲା । ଯାହାର ପରିଣାମ ସ୍ବରୂପ ଭାରତର କିଛି ଯବାନ ସହିଦ ହେବା ସହ ଆଉ କିଛି ଯବାନ ଆହତ ହୋଇଛନ୍ତି ।  ଏହା ପାକିସ୍ତାନର ଜିଦଖୋର ମନୋଭାବକୁ ପ୍ରକାଶ କରିଛି । 

ମେ ୭ରେ ରାତି ସାଢେ ୭ଟାରେ ନିଜ ନାଗରିକ ବିମାନ ସେବା ବନ୍ଦ ନକରି ବରଂ ଏହାକୁ ଭାରତ ବିରୋଧରେ ଢାଲ ଭାବେ ବ୍ୟବହାର   କରୁଛି । ପାକିସ୍ତାନ ଜାଣିଛି ଭାରତ ଯେଉଁଭଳି ପ୍ରତିଆକ୍ରମଣ କରୁଛି ତା ଫଳରେ ଦୁଇ ଦେଶର ଆକାଶ ପଥରେ ଗଭୀର ପ୍ରଭାବ ପଡିବ, ଯାହା ନିଜ ନିଜ ଦେଶର ବିମାନ ଉଡାଣ ସହ ବିଦେଶ ଉଡାଣ ପାଇଁ ଆଦୌ ସୁରକ୍ଷିତ ନୁହେଁ । ତଥାପି ବିମାନ ଉଡାଣ ଜାରି ରଖିଛି । ଅନ୍ୟପଟେ ଭାରତୀୟ ବାୟୁସେନା ନିଜର ପୂର୍ଣ୍ଣ ସଞ୍ଜମତା ଦେଖାଇଛି  ଏବଂ ଏହି ଭାବରେ ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳ ସେବାରେ ସୁରକ୍ଷାକୁ ସୁନିଶ୍ଚିତ କରିଛି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe