କନକ ବ୍ୟୁରୋ: ପାକିସ୍ତାନ ଷଡଯନ୍ତ୍ର କରି ଭାରତ  ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛି । ଏଥିପାଇଁ ପାକିସ୍ତାନ ୩୦୦ରୁ ୪୦୦ଡ୍ରୋନ ବ୍ୟବହାର କରିଥିବାବେଳେ, ଭାରତୀୟ ସଶସ୍ତ ବଳ କାଇନାଇଟିକ୍ ଓ ନନକାଇନାଇଟିକ୍ ଟେକନିକ ବିନିଯୋଗ କରି ଏହାକୁ ପ୍ରତିହତ କରିଛି । ଡ୍ରୋନଗୁଡିକୁ ଖସାଇପକାଇଛି । ଖସିପଡିଥିବା ପାକ୍ ଡ୍ରୋନଗୁଡିକର ଭଗ୍ନାଂଶକୁଡିକର  ଫରେନ୍ସିକ ଯାଞ୍ଚ କରାଯାଉଛି। ପାରମ୍ଭିକ ରିପୋର୍ଟ ମୁତାବକ, ଏସବୁ ଡ୍ରୋନ ତୁର୍କୀର ଡ୍ରୋନ ବୋଲି ଜଣାପଡିଛି । ଏହାପରେ ରାତିରେ ପାକିସ୍ତାନ ଭଟିଣ୍ଡାର ଏକ ସଶସ୍ତ୍ର ସୈନ୍ୟ ଷ୍ଟେସନକୁ ଟାର୍ଗେଟ କରିଥିଲା , ଯାହାକୁ ଲୋକେଟ୍ କରିବା ସହ ନିଷ୍କ୍ରିୟ କରାଯାଇଥିଲା । ସୀମାବର୍ତ୍ତୀ ଇଲାକାର ଅଧିକାଂଶ ସ୍ଥାନରେ ଆର୍ଟିଲାରୀ ଗନ୍, ସଶସ୍ତ ଡ୍ରୋନ ସାହାଯ୍ୟରେ ନିୟନ୍ତ୍ରଣ ରେଖା ପାଖରେ ପ୍ରବଳ ଗୁଳିମାଡ ବି କରିଥିଲା । ଯାହାର ପରିଣାମ ସ୍ବରୂପ ଭାରତର କିଛି ଯବାନ ସହିଦ ହେବା ସହ ଆଉ କିଛି ଯବାନ ଆହତ ହୋଇଛନ୍ତି ।  ଏହା ପାକିସ୍ତାନର ଜିଦଖୋର ମନୋଭାବକୁ ପ୍ରକାଶ କରିଛି । 

Advertisment

ମେ ୭ରେ ରାତି ସାଢେ ୭ଟାରେ ନିଜ ନାଗରିକ ବିମାନ ସେବା ବନ୍ଦ ନକରି ବରଂ ଏହାକୁ ଭାରତ ବିରୋଧରେ ଢାଲ ଭାବେ ବ୍ୟବହାର   କରୁଛି । ପାକିସ୍ତାନ ଜାଣିଛି ଭାରତ ଯେଉଁଭଳି ପ୍ରତିଆକ୍ରମଣ କରୁଛି ତା ଫଳରେ ଦୁଇ ଦେଶର ଆକାଶ ପଥରେ ଗଭୀର ପ୍ରଭାବ ପଡିବ, ଯାହା ନିଜ ନିଜ ଦେଶର ବିମାନ ଉଡାଣ ସହ ବିଦେଶ ଉଡାଣ ପାଇଁ ଆଦୌ ସୁରକ୍ଷିତ ନୁହେଁ । ତଥାପି ବିମାନ ଉଡାଣ ଜାରି ରଖିଛି । ଅନ୍ୟପଟେ ଭାରତୀୟ ବାୟୁସେନା ନିଜର ପୂର୍ଣ୍ଣ ସଞ୍ଜମତା ଦେଖାଇଛି  ଏବଂ ଏହି ଭାବରେ ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳ ସେବାରେ ସୁରକ୍ଷାକୁ ସୁନିଶ୍ଚିତ କରିଛି ।