ରାଜଧାନୀରେ ବାର୍ ଉପରେ ଅତର୍କିତ ଚଢାଉ ; ଦୁଇଟି ବାର୍ ସିଲ୍ କଲା ଅବକାରୀ ବିଭାଗ

ପୁଲିସ କଟକଣାକୁ ବେଖାତିର । ଗ୍ରାହକଙ୍କ ଚୌକି ଧରି ନାଚୁଥିଲେ ବାର୍ ଗାର୍ଲ । ରାଜଧାନୀରେ ଦୁଇଟି ବାର୍ ଉପରେ ଚଢାଉ କରି ସିଲ୍ କଲା ଅବକାରୀ ବିଭାଗ । ସିସିଟିଭି ଫୁଟେଜକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ।

01bar

କନକ ବ୍ୟୁରୋ: ପୁଲିସ କଟକଣାକୁ ବେଖାତିର । ଗ୍ରାହକଙ୍କ ଚୌକି ଧରି ନାଚୁଥିଲେ ବାର୍ ଗାର୍ଲ । ରାଜଧାନୀରେ ଦୁଇଟି ବାର୍ ଉପରେ ଚଢାଉ କରି ସିଲ୍ କଲା ଅବକାରୀ ବିଭାଗ । 

ଶନିବାର ଅବକାରୀ ସ୍କ୍ୱାର୍ଡ ରାଜଧାନୀର ବିଭିନ୍ନ ବାରରେ ଚଢାଉ କରିଥିଲା । ବାରଗାର୍ଲଙ୍କୁ ନଚାଉଥିବା ଅଭିଯୋଗରେ ଏହି ଚଢାଉ କରାଯାଇଥିଲା । ଚଢାଉ ବେଳେ ବାରଗାର୍ଲ ନାଚୁଥିବାର ପ୍ରମାଣ ମିଳିବାକୁ ଦୁଇ ବାରରେ ଅବକାରୀ ସ୍କ୍ୱାର୍ଡ ତାଲା ଠୁଙ୍କିଥିବା ଜଣାପଡିଛି । ସିଲ୍ ହୋଇଥିବା ଏହି ଦୁଇଟି ବାର ଆମ୍ବିଆନ୍ସ ଓ ବାର୍ବି। ଏହି ୨ଟି ବାରରେ ବାରଗାର୍ଲ ମାନେ ଗ୍ରାହକଙ୍କ ଚୌକି ପାଖରେ ନାଚୁଥିବାର ଦେଖିବାକୁ ମିଳିଥିଲା । ଏହି ଦୁଇଟି ବାରରେ ପାଖାପାଖି ୧୫ଜଣ ଗାର୍ଲ ନୃତ୍ୟ କରୁଥିବା ଜଣାପଡିଥିଲା । ପୂର୍ବରୁ ପେଣ୍ଟାଗନ ଓ ଏକାମ୍ର ବାରକୁ ମଧ୍ୟ ସମାନ ଅଭିଯୋଗରେ ସିଲ୍ କରିଥିଲା ଅବକାରୀ ବିଭାଗ । 

ଅବକାରୀ ବିଭାଗର ସଂଶୋଧିତ ନିୟମ ଅନୁସାରେ, ଅନୁମତି ପାଇଥିବା ବାର୍ ଗୁଡ଼ିକରେ ବାରଗାର୍ଲ ନିୟୋଜିତ ହୋଇପାରିବେ । ସେମାନେ କେବଳ ଗୀତ ଗାଇବାକୁ ଓ ମ୍ୟୁଜିକ ବଜାଇବାକୁ ନିଯୁକ୍ତ ହେବେ । କୌଣସିଠାରେ ବାରଗାର୍ଲ ମାନେ ନୃତ୍ୟ କରିପାରିବେ ନାହିଁ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe