କନକ ବ୍ୟୁରୋ: ଆଜି କୋଚିରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନକୁ ବୋମା ଧମକ ପରେ ହଇଚଇ ସୃଷ୍ଟି ହୋଇଛି । ଖବର ପାଇବା ପରେ ସୁରକ୍ଷା ଏଜେନ୍ସି ସତର୍କତା ସହ ବିମାନକୁ ନାଗପୁର ଏୟାରପୋର୍ଟରେ ଜରୁରିକାଳୀନ ଅବତରଣ କରାଇଛନ୍ତି । ଯେଉଁଠି ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଓହ୍ଲାଯିବା ସହ ବିମାନକୁ ଯାଞ୍ଚ କରାଯାଇଛି । 

Advertisment

ବିମାନକୁ ବମର ଧମକ ମିଳିବା ପରେ ପ୍ରୋଟୋକଲ ଅନୁସାରେ ତୁରନ୍ତ ବୈଠକ ବସିଥିଲା । ଯେଉଁଥିରେ ସ୍ପଷ୍ଟ କରାଯାଇଥିଲା କି ଧମକ ଘଟଣା ଗମ୍ଭୀର । କାରଣ ଧମକରେ ଫ୍ଲାଇଟର ନମ୍ବର ସ୍ପଷ୍ଟ ଭାବରେ କୁହାଯାଇଥିଲା । ଧମକ ମିଳିବା ପୂର୍ବରୁ ବିମାନ କୋଚିରୁ ଉଡ଼ାଣ ଭରିସାରିଥିଲା । ସୁରକ୍ଷା କାରଣରୁ ବିମାନକୁ ନାଗପୁର ଏୟାରପୋର୍ଟରେ ଅବତରଣ କରିଥିଲା । ଏବେ ଯାତ୍ରୀଙ୍କ ଯାଞ୍ଚ ଜାରି ରହିଛି । 

ଏହାପୂର୍ବରୁ ଶୁକ୍ରବାର ଥାଇଲାଣ୍ଡରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନକୁ ବମରେ ଉଡ଼ାଇ ଦେବାର ଧମକ ମିଳିଥିଲା । ଯାହାଫଳରେ ପ୍ଲେନର ଏମର୍ଜେନ୍ସି ଲ୍ୟାଣ୍ଡିଂ କରାଯାଇଥିଲା । ଏହାପରେ ସମସ୍ତ ଯାତ୍ରୀଙ୍କ ଯାଞ୍ଚ ହୋଇଥିଲା ଯାଞ୍ଚ ପରେ କୌଣସି ବମ୍ ମିଳିନଥିଲା ।