କନକ ବ୍ୟୁରୋ : ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ ଗୋଟିଏ ପରେ ଗୋଟେ ବିମାନ ଜନିତ ତ୍ରୁଟି ଖବର ସାମ୍ନାକୁ ଆସୁଛି । ଗୁରୁବାର ଏକ ଇଣ୍ଡିଗୋ ବିମାନ ଉଡ଼ାଣ ମଝିରେ ଇନ୍ଧନ ସଙ୍କଟର ସମ୍ମୁଖୀନ ହୋଇ 'ମେଡେ' କଲ୍ ଦେଇଥିଲା । ଏହାପରେ, ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିମାନଟିକୁ ବେଙ୍ଗାଲୁରୁରେ ଜରୁରୀକାଳୀନ ଅବତରଣ କରାଯାଇଥିଲା ।
ସୂଚନା ଅନୁସାରେ, ଇଣ୍ଡିଗୋ ବିମାନ ଆସାମର ଗୌହାଟ୍ଟୀରୁ ଚେନ୍ନାଇ ଅଭିମୁଖେ ଉଡ଼ାଣ ଭରିଲା , କିନ୍ତୁ ମଝି ଅକାଶରେ ବିମାନରେ ଇନ୍ଧନ ଅଭାବ ହେବାରୁ ପାଇଲଟ୍ ବେଙ୍ଗାଲୁରୁ ଏୟାର ଟ୍ରାଫିକ୍ କଣ୍ଟ୍ରୋଲକୁ 'ମେଡେ' କଲ୍ କରିଥିଲେ । ପାଇଲଟ୍ ବେଙ୍ଗାଲୁରୁ ଏଟିସିକୁ 'କମ୍ ଇନ୍ଧନ କାରଣରୁ ମେଡେ କଲ୍' ଦେଇଥିଲେ । ହେଲେ ଭିଡ଼ ଯୋଗୁଁ ବିମାନକୁ ଅବତରଣ ପାଇଁ କ୍ଲିୟରାନ୍ସ ମିଳିନଥିଲା । ଏହା ପରେ, ପାଇଲଟ୍ ବେଙ୍ଗାଲୁରୁକୁ ' fuel shortage ମେଡେ କଲ୍' କରିଥିଲେ । ପାଇଲଟ୍ ଏଟିସିକୁ କହିଥିଲେ, ବିମାନରେ ଇନ୍ଧନ କମ୍ ଅଛି, ତେଣୁ ଆପଣ ଆମକୁ ପ୍ରାଥମିକତା ଭିତ୍ତିରେ ଅବତରଣ କରିବାକୁ ଅନୁମତି ଦିଅନ୍ତୁ । ଏହାପରେ, ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଇଣ୍ଡିଗୋ ବିମାନ ରାତି ୮.୨୦ ରେ ବେଙ୍ଗାଲୁରୁ ବିମାନବନ୍ଦରରେ ସୁରକ୍ଷିତ ଅବତରଣ କରିଥିଲା ।