ସପ୍ତମ ଦିନରେ ଇଣ୍ଡିଗୋ ଅଚଳାବସ୍ଥା: ଯାତ୍ରୀଙ୍କୁ ଫେରାଯାଉଛି ଟିକେଟ୍ ଟଙ୍କା

Advertisment

ଇଣ୍ଡିଗୋରେ ବିମାନ ଚଳାଚଳରେ ଜାରି ରହିଛି ଅଚଳାବସ୍ଥା । ଲଗାତାର ସପ୍ତମ ଦିନ ପାଇଁ ଇଣ୍ଡିଗୋ ବିମାନ ସେବା ପ୍ରଭାବିତ ରହିଛି । ଅନେକ ବିମାନ ଉଡ଼ାଣ ଭରିପାରୁନି । ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପକ୍ଷରେ ଯାତ୍ରୀଙ୍କ ଆର୍ଥିକ କ୍ଷତି ଭରଣା କରିବା ପ୍ରକ୍ରିୟା ଆରମ୍ଭ କରିଛି ଇଣ୍ଡିଗୋ ।

ଇଣ୍ଡିଗୋରେ ବିମାନ ଚଳାଚଳରେ ଜାରି ରହିଛି ଅଚଳାବସ୍ଥା । ଲଗାତାର ସପ୍ତମ ଦିନ ପାଇଁ ଇଣ୍ଡିଗୋ ବିମାନ ସେବା ପ୍ରଭାବିତ ରହିଛି । ଅନେକ ବିମାନ ଉଡ଼ାଣ ଭରିପାରୁନି । ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପକ୍ଷରେ ଯାତ୍ରୀଙ୍କ ଆର୍ଥିକ କ୍ଷତି ଭରଣା କରିବା ପ୍ରକ୍ରିୟା ଆରମ୍ଭ କରିଛି ଇଣ୍ଡିଗୋ ।

indigo

Photograph: (kanaknews)

କନକ ବ୍ୟୁରୋ: ଇଣ୍ଡିଗୋରେ ବିମାନ ଚଳାଚଳରେ ଜାରି ରହିଛି ଅଚଳାବସ୍ଥା । ଲଗାତାର ସପ୍ତମ ଦିନ ପାଇଁ ଇଣ୍ଡିଗୋ ବିମାନ ସେବା ପ୍ରଭାବିତ ରହିଛି । ଅନେକ ବିମାନ ଉଡ଼ାଣ ଭରିପାରୁନି । ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପକ୍ଷରେ ଯାତ୍ରୀଙ୍କ ଆର୍ଥିକ କ୍ଷତି ଭରଣା କରିବା ପ୍ରକ୍ରିୟା ଆରମ୍ଭ କରିଛି ଇଣ୍ଡିଗୋ । ଏହା ମଧ୍ୟରେ ଯାତ୍ରୀମାନଙ୍କୁ ୬୧୦ କୋଟିରୁ ଅଧିକ ଟଙ୍କା ଫେରାଯାଇଛି ଏବଂ ଦେଶବ୍ୟାପୀ ୩ ହଜାର ଲଗେଜ୍ ଫେରସ୍ତ କରିଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇଛି ।

ଆହୁରି ପଢ଼ନ୍ତୁ : ବନ୍ଦେ ମାତରମଙ୍କୁ ନେଇ ଲୋକସଭାରେ ଆଲୋଚନା: ମୋଦୀ କହିଲେ, ଏହା ଏକ ଐତିହାସିକ ମୂହୁର୍ତ୍ତ

ଡିସେମ୍ବର ୫ରୁ ଆରମ୍ଭ ହୋଇଥିବା ଇଣ୍ଡିଗୋ ପରିଚାଳନାଗତ ତ୍ରୁଟି ପାଇଁ ହଜାର ହଜାର ବିମାନ ଉଡ଼ାଣ ବାତିଲ୍‌ ହୋଇଛି । ଏଥିପାଇଁ ଯାତ୍ରୀମାନେ ଅସୁବିଧାରେ ପଡ଼ିଛନ୍ତି। ଦେଶର ପର୍ଯ୍ୟଟନ ବ୍ୟବସାୟ ଉପରେ ମଧ୍ୟ ବଡ଼ ପ୍ରଭାବ ପଡ଼ିଛି । ଇଣ୍ଡିଗୋର ସିଇଓ ପିଟର୍ ଏଲ୍‌ବର୍ସ୍‌ କହିଛନ୍ତି, ସ୍ଥିତି ସୁଧାରିବା ପାଇଁ ଜାରି ରହିଛି ପ୍ରୟାସ । ୭ ଡିସେମ୍ବର ସୁଦ୍ଧା ୧ ହଜାର ୬୫୦ଟି ବିମାନ ଚାଲୁ ହୋଇଛି । ୧୦ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ସ୍ଥିରତା ଆଶା କରାଯାଉଛି । ଆସନ୍ତା ୧୫ ଡିସେମ୍ବର ପର୍ଯ୍ୟନ୍ତ ବାତିଲ ସମୟ  ପରିବର୍ତ୍ତନ ପାଇଁ କୌଣସି ଫି ନିଆଯିବ ନାହିଁ ।  ସେପଟେ ଇଣ୍ଡିଗୋ ସମ୍ପର୍କିତ ମାମଲାର ଏବେ ଶୁଣାଣି ପାଇଁ ମନା କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।

  • ସପ୍ତମ ଦିନରେ ଇଣ୍ଡିଗୋ ଅଚଳାବସ୍ଥା
  • ଯାତ୍ରୀଙ୍କୁ ଫେରାଯାଉଛି ଟିକେଟ୍ ଅର୍ଥ
  • ଦେଶର ବଡ଼ ବିମାନ ସଂସ୍ଥାରେ ଅଚଳାବସ୍ଥା ଜାରି
  • ଇଣ୍ଡିଗୋ ବିମାନ ସେବାରେ ଜାରି ରହିଛି ଅବ୍ୟବସ୍ଥା
  • ଯାତ୍ରୀଙ୍କ ଆର୍ଥିକ କ୍ଷତିର ଭରଣା ପ୍ରକ୍ରିୟା ଆରମ୍ଭ କରିଛି ଇଣ୍ଡିଗୋ
  • ଯାତ୍ରୀମାନଙ୍କୁ ୬୧୦ କୋଟିରୁ ଅଧିକ ଟଙ୍କା ଇଣ୍ଡିଗୋ ଫେରାଇଛି
  • ଡିସେମ୍ବର ୫ରୁ ୧୫ ପର୍ଯ୍ୟନ୍ତ ଟିକେଟ୍ ଫେରସ୍ତ ପ୍ରକ୍ରିୟା ଚାଲିବ
  • ଡିସେମ୍ବର୧୦ ସୁଦ୍ଧା ବିମାନସେବା ସ୍ଥିରତା ନେଇ ଇଣ୍ଡିଗୋର ସୂଚନା
  • ଇଣ୍ଡିଗୋ ବିରୋଧରେ ସୁପ୍ରିମକୋର୍ଟରେ ଏବେ ହେବନି ଶୁଣାଣି
  • ସୁପ୍ରିମକୋର୍ଟ ତୁରନ୍ତ ଶୁଣାଣି ପାଇଁ ମନାକଲେ
  • ସରକାର ଏହାର ସମୀକ୍ଷା କରୁଛନ୍ତି: ସୁପ୍ରିମକୋର୍ଟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe