ଏସିଆ କପ୍ ହକିରେ ଭାରତର ବିଜୟ: କଡ଼ା ମୁକାବିଲାରେ ଚୀନକୁ ୪-୩ ଗୋଲରେ ହରାଇଲା ଭାରତ

ଏସିଆ କପ ହକି ଟିମରେ ଓଡ଼ିଶାର ଅମିତ ରୋହିଦାସ ଓ ଶିଳାନନ୍ଦ ଲାକ୍ରା ରହିଛନ୍ତି । ମ୍ୟାଚ୍‌ରେ ହ୍ୟାଟ୍ରିକ ଗୋଲ କରିଥିବା ହରମନଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ହୋଇଛନ୍ତି । ସେପଟେ ପୁଲ ବି ରେ ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚରେ ବାଲାଂଦେଶକୁ ୪-୧ରେ ମାଲେସିୟା ପରାଜିତ କରିଛି ।

58

Photograph: (kanak news)

କନକ ବ୍ୟୁରୋ: ଏସିଆ କପରେ ଭାରତ ଚୀନକୁ ତ ପରାଜିତ କରିଛି । ହେଲେ ଖୁବ ସଂଘର୍ଷ କରିବାକୁ ପଡିଛି ଏହି ବିଜୟ ପାଇଁ । ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭାରତ ଚୀନକୁ ୪-୩ ଗୋଲରେ ପରାଜିତ କରିଛି । ହରମନପ୍ରୀତ ସିଂ ୩ଟି  ଗୋଲ ସହ ହ୍ୟାଟ୍ରିକ କରିଥିଲେ । ଯୁଗରାଜ ସିଂ ଗୋଟିଏ ଗୋଲ ଦେଇଥିଲେ । ପରବର୍ତ୍ତୀ ମ୍ୟାଚରେ ୩୧ ତାରିଖରେ ଭାରତ ଜାପାନକୁ ଭେଟିବ । ଏସିଆ କପ ହକି ଟିମରେ ଓଡ଼ିଶାର ଅମିତ ରୋହିଦାସ ଓ ଶିଳାନନ୍ଦ ଲାକ୍ରା ରହିଛନ୍ତି । ମ୍ୟାଚ୍‌ରେ ହ୍ୟାଟ୍ରିକ ଗୋଲ କରିଥିବା ହରମନଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ହୋଇଛନ୍ତି । ସେପଟେ ପୁଲ ବି ରେ ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚରେ ବାଲାଂଦେଶକୁ ୪-୧ରେ ମାଲେସିୟା ପରାଜିତ କରିଛି । ଦକ୍ଷିଣ କୋରିଆ ଚାଇନିଜ ତାଇପେକୁ ଏକତରଫା ମ୍ୟାଚରେ ୭-୦ଗୋଲରେ ପରାଜିତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ସେପଟେ ଜାପାନ କାଜାକିସ୍ତାନକୁ ପରାଜିତ କରିଛି ବିହାରର ରାଜଗିରିରେ ଆଜିଠାରୁ ଆରମ୍ଭ ହୋଇଛି -ଏସିଆ କପ ହକି । ଏସିଆ କପର ବିଜେତା ସିଧାସଳଖ ପରବର୍ତ୍ତୀ ବିଶ୍ବକପ ୨୦୨୬ ପାଇଁ ଯୋଗ୍ୟତା ଅର୍ଜନ କରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe