କନକ ବ୍ୟରୋ : ବିଶ୍ୱବ୍ୟାଙ୍କ ଅଧିକାରୀଙ୍କ ସହ ମୋଦୀଙ୍କ ବୈଠକ । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଚାଲିଛି ବୈଠକ,ପାକ୍ ବିରୋଧରେ ଲାଗିପାରେ ଆର୍ଥିକ କଟକଣା । ଦୁଇ ଦେଶ ମଧ୍ୟରେ ଜାରି ରହିଛି ଉତ୍ତେଜନା । ଅନ୍ୟପଟେ ଉତ୍ତେଜନା ଭିତରେ ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ ।
ସୂଚନା ଅନୁସାରେ ଭାରତ ପାକିସ୍ତାନ ସୀମାରେ ବଢ଼ିବ ସୁରକ୍ଷା । ସୀମାକୁ ଯିବେ ଅଧିକ ୧୩୭ କମ୍ପାନି ଯବାନ । ଅନ୍ୟପଟେ ଭାରତ ସୀମାବର୍ତ୍ତୀ ଅଞ୍ଚଳରେ ବଢ଼ିଲା ସୁରକ୍ଷା,ତନ୍ନ ତନ୍ନ କରି କରାଯାଉଛି ଚେକିଂ । ବଡ଼ ବଡ଼ ସହରରେ ବି ଚେକିଂ କରାଯାଉଛି । ଆତଙ୍କୀ ଗତିବିଧି ଆଶଙ୍କାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଯାଇଛି । ଜମ୍ମୁ-କାଶ୍ମୀରରେ ସେନା ପକ୍ଷରୁ ଯାଞ୍ଚ କରାଯାଉଛି,ଦିଲ୍ଲୀରେ ପୁଲିସ ମଧ୍ୟ ଯାଞ୍ଚ କରୁଛି । ପ୍ରତ୍ୟେକ ଗାଡ଼ିକୁ ଅଟକାଇ ମଧ୍ୟ କରାଯାଉଛି ଚେକିଂ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/05/08/1T5Xt7U4QyvEXYor5IK7.jpg)