କନକ ବ୍ୟୁରୋ: ଭାରତ ଆତଙ୍କବାଦକୁ ଆଦୌ ବରଦାସ୍ତ କରିପାରିବ ନାହିଁ । ଭାରତ ପାରମାଣୁ ଆକ୍ରମଣ ବ୍ଲାକମେଲ ଆଗରେ ମୁଣ୍ଡ ନୁଆଁଇବ ନାହିଁ । ପାକିସ୍ତାନକୁ ଏଭଳି କଡ଼ା ଚେତାବନୀ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । ପାକିସ୍ତାନରେ ସହ ଥିବା ସମସ୍ୟାର ସମାଧାନ ଦ୍ବି-ପାକ୍ଷିକ ସ୍ତରରେ ସମାଧାନ ହେବ ବୋଲି କହିଛନ୍ତି ଜୟଶଙ୍କର । ଏ ନେଇ କୌଣସି ଭ୍ରମ ରହିବା ଉଚିତ ନୁହେଁ । ଜୟଶଙ୍କର ଏବେ ଜର୍ମାନୀର ବର୍ଲିନରେ ଅଛନ୍ତି । ନେଦରଲ୍ୟାଣ୍ଡ ଓ ଡେନମାର୍କ ଗସ୍ତ ପରେ ସେ ଜର୍ମାନୀ ଗସ୍ତରେ ଅଛନ୍ତି । ଆତଙ୍କବାଦ ବିରୋଧୀ ଲଢ଼େଇରେ  ଜର୍ମାନୀର ସମର୍ଥନ ପାଇଁ ସେଠାକାର ଚାନସେଲରଙ୍କୁ ପ୍ରଂଶସା କରିଛନ୍ତି ।